ଇସ୍ରାଏଲ ସେନା ପ୍ରାୟ ୧୦୦ ହମାସ ଆତଙ୍କବାଦୀଙ୍କୁ ଗିରଫ କରିଛି
ହମାସ ବିରୋଧରେ ଯୁଦ୍ଧ ଲଢ଼ୁଥିବା ଇସ୍ରାଏଲ ସେନାକୁ ବଡ଼ ସଫଳତା ମିଳିଛି। ଉତ୍ତର ଗାଜାର କମଲ ଅଦୱାନ ହସ୍ପିଟାଲରେ ଚଢ଼ାଉ କରି ଇସ୍ରାଏଲ ସେନା ପ୍ରାୟ ୧୦୦ ସନ୍ଦିଗ୍ଧ ହମାସ ଆତଙ୍କବାଦୀଙ୍କୁ ଗିରଫ କରିଛି । ଏ ସଂପର୍କରେ ଇସ୍ରାଏଲ ସୁରକ୍ଷା ବାହିନୀ ସୂଚନା ଦେଇଛି। ଅନ୍ୟପକ୍ଷରେ ଗାଜାର ସ୍ୱାସ୍ଥ୍ୟ ଅଧିକାରୀ ଏବଂ ହାମାସ ଡାକ୍ତରଖାନାରେ କୌଣସି ଆତଙ୍କବାଦୀଙ୍କ ଉପସ୍ଥିତିକୁ ଅସ୍ୱୀକାର କରିଛନ୍ତି। ଗତ ସପ୍ତାହରେ ଶୁକ୍ରବାର ଇସ୍ରାଏଲ ସେନା ଏହି ହସ୍ପିଟାଲରେ ଆକ୍ରମଣ କରିଥିଲା।