ଚୀନ୍‌ରେ କୋଭିଡ୍‌ ସଂକ୍ରମଣ ମାଡି ଚାଲିଛି

ସାଂଘାଇ: ଚୀନ୍‌ରେ କୋଭିଡ୍‌ ସଂକ୍ରମଣକୁ ନେଇ ସାରା ବିଶ୍ବ ଏବେ ଚିନ୍ତିତ । ଚୀନ ଗଣମାଧ୍ୟମ ଅନୁସାରେ ଏବେ ଚୀନରେ ଭୟାବହ ସ୍ଥିତି ସୃଷ୍ଟି କରିଛି। ଶ୍ମଶାନଗୁଡ଼ିକରେ ହଜାର ହଜାର ଶବ ସତ୍କାର ଅପେକ୍ଷାରେ ରହିଥିବା କୁହାଯାଉଛି । ସବୁଠୁ ବେଶୀ ବେଜିଂ ଓ ସାଂଘାଇରେ କୋଭିଡ୍ ମାଡି ଚାଲିଛି । ସେଠାକାର ଲୋକେ ସରକାରଙ୍କ ନିୟନ୍ତ୍ରଣ ପାଇଁ କଠୋର ଲକ୍‌ଡାଉନ୍‌କୁ ମାନିବାକୁ ଚାହୁଁନାହାଁନ୍ତି । ବିଶେଷ କରି ଏହି ଶୀତ ଋତୁରେ କୋଭିଡ ନିୟନ୍ତ୍ରଣ କରିବାରେ ପ୍ରଶାସନ ବିଫଳ ହୋଇଛି । ସବୁଠୁ ବଡ଼ ଚିନ୍ତା ହେଉଛି ମେଡିକାଲରେ ନୂଆ ରୋଗୀଙ୍କ ପାଇଁ ସ୍ଥାନ ନାହିଁ । ଏବେ ରାସ୍ତାକୁ ବାହାରିବାକୁ ଲୋକ ଡରୁଛନ୍ତି । କୋଭିଡ ଭୟରେ ସ୍କୁଲ-କଲେଜ ବି ବନ୍ଦ ହୋଇଯାଇଛି।