ମହାକାଶ ଛାଡି ପୃଥିବୀ ଅଭିମୁଖେ ସୁନୀତା

୯ ମାସ ପରେ ଘରକୁ ଫେରୁଛନ୍ତି ସୁନୀତା । ଆସନ୍ତାକାଲି ପୃଥିବୀରେ ପହଞ୍ଚିବେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶ ବିଜ୍ଞାନୀ ସୁନୀତା ୱିଲିୟମ୍ସ । ସଫଳ ହେଲା ଡ୍ରାଗନ ସ୍ପେଶ୍‌ କ୍ରାଫ୍‌ଟ୍‌ର ଅନଡକିଂ ପ୍ରକ୍ରିୟା । ପୂର୍ବାହ୍ନ ୧୦ଟା ୩୫ ମିନିଟ୍‌ରେ ସରିଲା ଅନଡକିଂ ।ମହାକାଶ ଛାଡି ପୃଥିବୀ ଅଭିମୂଖେ ସୁନୀତାଙ୍କ ଯାତ୍ରା ଆରମ୍ଭ । କାଲି ଭୋର ୩ଟା ୨୭ରେ ପୃଥିବୀ ପୃଷ୍ଠରେ ପହଞ୍ଚିବେ । ଫ୍ଲୋରିଡା ତଟରେ ଓହ୍ଲାଇବେ ସୁନୀତାଙ୍କ ସମେତ ୪ ମହାକାଶଚାରୀ ।

୧୮ ହଜାର ଫୁଟ୍ ଉଚ୍ଚରୁ ଖୋଲିବ ପାରାସୁଟ୍ । ସମୁଦ୍ରରେ ହେବ ଲ୍ୟାଣ୍ଡିଂ । । ଭାରତୀୟ ସମୟ ବୁଧବାର ଭୋର୍ ୩ଟା ୨୭ ରେ ହେବ ଲ୍ୟାଣ୍ଡିଂ । ଗତବର୍ଷ ଜୁନ୍‌ରୁ ମହାକାଶରେ ଫସିଥିଲେ ସୁନୀତା ଓ ବୁଚ୍‌ ୱିଲମର । ସୁନୀତା ଓ ବୁଚ୍‌ଙ୍କ ସହ ଆଉ ୨ ଜଣ ମଧ୍ୟ ମହାକାଶରୁ ଫେରୁଛନ୍ତି । ୧୭ ଘଣ୍ଟା ରହିବ ସୁନୀତାଙ୍କ ଘର ବାହୁଡ଼ା ଯାତ୍ରା । ବହୁ ପର୍ଯ୍ୟାୟ ଦେଇ ସଂପୂର୍ଣ୍ଣ ହେବ ସୁନୀତାଙ୍କ ପୃଥିବୀକୁ ଫେରିବା ପ୍ରକ୍ରିୟା ।