ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ ଦନୁଷ୍କା ଗୁଣଥିଲକା ଦୁଷ୍କର୍ମ ଅଭିଯୋଗରେ ଗିରଫ
ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ ଦନୁଷ୍କା ଗୁଣଥିଲକା ଅଷ୍ଟ୍ରେଲିଆରେ ଗିରଫ ହୋଇଛନ୍ତି। ବିଶ୍ବକପ୍ ଖେଳିବାକୁ ଯାଇଥିବା ଏହି ଖେଳାଳିଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ପାଇଁ ନଭେମ୍ବର ୪ ତାରିଖରେ ତାଙ୍କୁ ଗିରଫ କରିଛି ସିଡନୀ ପୋଲିସ। ନଭେମ୍ବର ୨ ରେ ହୋଟେଲରେ ଜଣେ ମହିଳାଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ ହୋଇଥିଲା । ଏହାର ତଦନ୍ତ ପରେ ୩୧ ବର୍ଷ ବୟସ୍କା ଗୁଣଥିଲକାଙ୍କୁ ରବିବାର ଦିନ ସିଡନୀ ସିଟି ପୋଲିସ ଷ୍ଟେସନକୁ ନିଆଯାଇଥିଲା। ବଳାତ୍କାର ଅଭିଯୋଗରେ ଦନୁଷ୍କା ଗୁଣଥିଲକାଙ୍କୁ ଗିରଫ କରାଯାଇଛି। ଏହି ଘଟଣା ପରେ ଶ୍ରୀଲଙ୍କା ଟିମ୍ ତାଙ୍କ ବିନା ହିଁ ସ୍ୱଦେଶକୁ ଫେରିଛି।