ୟୁଏସ ଓପନର ତୃତୀୟ ରାଉଣ୍ଡରେ ହାରିଲେ ସେରେନା ୱିଲିୟମ୍ସ, ଟେନିସରୁ ନେବେ ବିଦାୟ

ୟୁଏସ୍ ଓପନ୍ ୨୦୨୨ରେ ମହିଳା ସିଙ୍ଗଲ୍ସ ବର୍ଗର ତୃତୀୟ ରାଉଣ୍ଡ ମ୍ୟାଚରେ ପରାସ୍ତ ହୋଇଛନ୍ତି ଟେନିସ୍ କିମ୍ବଦନ୍ତୀ ସେରେନା ଓ୍ବିଲିୟମ୍ସ । ଅଷ୍ଟ୍ରେଲିଆର ଅଜଲା ଟମଲଜାନୋଭିକଙ୍କ ଠାରୁ ପରାସ୍ତ ହେବା ପରେ ଆମେରିକୀୟ ଟେନିସ୍ କିମ୍ବଦନ୍ତୀ ତଥା ଟେନିସ୍ ଜଗତର ସର୍ବଶ୍ରେଷ୍ଠ ମହିଳା ସେରେନା ୱିଲିୟମ୍ସ ଖେଳରୁ ବିଦାୟ ନେଇଛନ୍ତି। ତାଙ୍କ କ୍ୟାରିୟର ରେ ସେ 23 ତମ ଗ୍ଲାଣ୍ଡ ସାମ ଜିତିଥିବା ବେଳେ ଏହି ମ୍ୟାଚ ଶେଷ ମ୍ୟାଚ ବୋଲି କୁହାଯାଉଥିଲା । ତେବେ ସେ ୭-୫, ୬-୭ (୪), ୬-୧ ରେ ମ୍ୟାଚ୍ ହାରିଛନ୍ତି।

ଏହି ୨୦୧୪ ତମ ମ୍ୟାଚ୍ ଦେଖିବା ଲାଗି ଷ୍ଟାଡିଅମରେ ପ୍ରବଳ ଭିଡ ହୋଇଥିଲା। ଷ୍ଟାଡିଅମରେ ଉପସ୍ଥିତ ଦର୍ଶକମାନଙ୍କୁ ସେ କହିଛନ୍ତି, ମୁଁ ଏଠାରେ ଥିବା ସମସ୍ତଙ୍କୁ ଧନ୍ୟବାଦ ଦେଉଛି, ଯେଉଁମାନେ ଏତେ ବର୍ଷ ଓ ଦଶନ୍ଧି ଧରି ମୋ ସହ ରହି ଆସିଛନ୍ତି। ସେରେନା ତାଙ୍କ ପିତାମାତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେରେନା କହିଛନ୍ତି, ଏହା ମୋର ଅବିଶ୍ୱସନୀୟ ଯାତ୍ରା। 1998ରୁ ଲଗାତାର ଖେଳିଆସୁଛନ୍ତି ସେରେନା । ତାଙ୍କୁ ଏବେ 42 ବର୍ଷ ହେଲାଣି । ତଥାପି ସେ ତାଙ୍କର ପ୍ରଶଂସକମାନଙ୍କ ପାଇଁ ଖେଳୁଥିବା କହିଛନ୍ତି ।

ୱିଲିୟମ୍ସ କହିଛନ୍ତି ଯେ ମୁଁ ପୂର୍ବରୁ ତଳକୁ ଖସି ଆସିଛି। ମୁଁ ପ୍ରକୃତରେ ହାର ମାନି ନାହିଁ। “ମୋ କ୍ୟାରିୟରରେ ମୁଁ କେବେ ହାର ମାନି ନାହିଁ। ମ୍ୟାଚରେ ମୁଁ ହାର ମାନି ନାହିଁ। ନିଶ୍ଚିତ ଭାବରେ ଆଜି ରାତିରେ ହାର ମାନି ନାହିଁ।” ସେ ଭଲ ଲଢ଼ିଥିବା କହିଛନ୍ତି ।

ସେ “ଅବସର” ଶବ୍ଦ କୁ ଘୃଣା କରୁଥିବା କହିଛନ୍ତି । ତେବେ ଆଗାମୀ ଦିନରେ ସେ ବଡ଼ ଟୁର୍ଣ୍ଣାମେଂଟରେ ଖେଳିବେ ନାହିଁ ବୋଲି କହିଛନ୍ତି ।