ବାଂଲାଦେଶରେ ମୁସଲମାନଙ୍କ ଆକ୍ରମଣର ଶିକାର ହେଲେ ସନ୍ଥ ଚନ୍ମୟଙ୍କ ଓକିଲ
ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ହେଉଥିବା ଅତ୍ୟାଚାରର ବିରୋଧ କରି ଗିରଫ ଇସ୍କୁନ ସନ୍ଥ ଚନ୍ମୟଙ୍କ ଓକିଲଙ୍କୁ ଆକ୍ରମଣ କରାଯାଇଛି । ଓକିଲ ରମେନ ରାୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଏସମ୍ପର୍କରେ ଇସ୍କନ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି । ରମେନଙ୍କ ଘରେ ପଶି ମୁସଲମାନମାନେ ତାଙ୍କୁ ମାରଧର କରିଥିବା କୁହାଯାଇଛି । ସୋମବାର ରାତିରେ ରାଧାରମଣ ଦାସ ଏକ୍ସରେ ଏ ସଂକ୍ରାନ୍ତରେ ଏକ ପୋଷ୍ଟ ଶେୟାର କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ଯେ, ରମେନ ଜଲଦି ସୁସ୍ଥ ହେବା ନେଇ ସମସ୍ତେ ପ୍ରାର୍ଥନା କରନ୍ତୁ ।