ଋଷ-ୟୁକ୍ରେନ ଯୁଦ୍ଧ ମଝିରେ ପଶିଲା ପଡୋଶୀ ରାଷ୍ଟ୍ର ବ୍ରିଟେନ

britain-entered-in-russia-ukraine-wa

ମେଟ୍ରୋ ଓଡିଶା (୯ .୩ . ୨୦୨୨):

ଋଷ-ୟୁକ୍ରେନ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଏବେ ଉଭୟଙ୍କ କଳି ମଝିରେ ପଶିଛି ପଡୋଶୀ ରାଷ୍ଟ୍ର ବ୍ରିଟେନ । ଋଷର ଏକ ବିମାନକୁ ବ୍ରିଟେନ କବଜା କରିଥିବା ଜଣାଯାଇଛି । ତେବେ ଏହାର ପ୍ରଭାବ ଏହି ଯୁଦ୍ଧ ଉପରେ ପଡିପାରେ ବୋଲି ଅନୁମାନ କରାଯାଉଛି । ବିମାନ କବଜା ହୋଇଥିବା ନେଇ ବ୍ରିଟେନର ଜଣେ ମନ୍ତ୍ରୀ ପ୍ରକାଶ କରିଛନ୍ତି ।ଏହା ପୂର୍ବରୁ ଋଷକୁ ଚେତାବନୀ ଦେବା ସହିତ ଋଷ ପାଇଁ ଏୟାରସ୍ପେଶ ମଧ୍ୟ ବନ୍ଦ କରିଥିଲା ବ୍ରିଟେନ । ତେବେ ଯଦି କୌଣସି ଋଷ ବିମାନ ବ୍ରିଟେନର ଏୟାରସ୍ପେଶକୁ ଆସେ ତେବେ ଏହାକୁ ଅପରାଧ ମାନିବା ସହିତ ବିମାନକୁ କବଜା କରି ନିଆଯିବ ବୋଲି ବ୍ରିଟେନ ପୂର୍ବରୁ ସତର୍କ କରାଇ ଦେଇଥିଲା ।

Ukrainian soldiers moved weapons amid the looming threat of invasion by Russia, in Tarasivka, Ukraine, Feb. 17, 2022. A bipartisan push to pass the Òmother of all sanctionsÓ against Russia collapsed after U.S. Senate Republicans insisted on imposing broad penalties before an invasion and Democrats, backing the White House, refused. (Tyler Hicks/The New York Times)

ସୂଚନା ଅନୁସାରେ, ପ୍ରତିବନ୍ଧକ ଲାଗିଥିବା ଏୟାରସ୍ପେଶ ମାଧ୍ୟମରେ ବ୍ରିଟେନ ପହଞ୍ଚୁଥିଲେ ଋଷ ନାଗରିକ । ତେଣୁ ଏହି ବିମାନକୁ ଜବତ କରାଯାଇଛି । ଫର୍ଣ୍ଣବୋରୋଫ ଏୟାରପୋର୍ଟରେ ଏକ ବିମାନକୁ ଯାଞ୍ଚ କରୁଥିବା ସମୟରେ ଏହାର ମାଲିକ ଋଷ ନାଗରିକ ବୋଲି ଜଣାପଡିଥିଲା । ତେଣୁ ଏହି ବିମାନକୁ କବଜା କରିନେଇଛି ବ୍ରିଟେନ ସରକାର ।