ୟୁକ୍ରେନ ବିରୋଧରେ ରୁଷିଆ ବଡ଼ ଏୟାରଷ୍ଟ୍ରାଇକ

ୟୁକ୍ରେନ ବିରୋଧରେ ରୁଷିଆ ସବୁଠୁ ବଡ଼ ଏୟାରଷ୍ଟ୍ରାଇକ କରିଛି। ଫଳରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ରବିବାର ବିଳମ୍ବିତ ରାତିରେ ୩୬୭ଟି ଡ୍ରୋନ୍‌ ଓ ମିଶାଇଲ ମାଡ଼ କରିଥିଲା ରୁଷିଆ। ୟୁକ୍ରେନର ଝିଟୋର୍ମି ସହର ଉପରକୁ ରୁଷିଆ ଘନଘନ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ୟୁକ୍ରେନର ୧୧୦ଟି ଡ୍ରୋନ୍‌କୁ ମାରି ମାରି ଖସାଇ ଦେଇଥିବା କହିଛି ରୁଷିଆ।

Leave a comment