କିଭ୍‌ ଉପରେ ଋଷର ଡ୍ରୋନ ଆଟାକ୍ କଲା ରୁଷ୍

ପୁଣି ବଢିଲା ରୁଷ୍ ୟୁକ୍ରେନ ବିବାଦ । ମାର୍ଚ୍ଚ ୨୨ ତାରିଖରେ ରୁଷ ବାୟୁସେନା କିଭ୍ ଉପରେ ଡ୍ରୋନ ମାଡ଼ କରିବା ପରେ ପୁଣି ଥରେ ଦୁଇ ଦେଶ ମଧ୍ୟରେ ବଢିଛି ଟେନସନ୍ । ରୁଷର ୧୭୯ ଡ୍ରୋନ୍‌ ମଧ୍ୟରୁ ୧୦୦ଟି ୟୁକ୍ରେନୀୟ ବାୟୁ ପ୍ରତିରକ୍ଷା ବାହିନୀ ନଷ୍ଟ କରିଦେଇଥିବାର ଦାବି କରିଛି । ଏହା ପୂର୍ବରୁ ମାର୍ଚ୍ଚ ୨୧ ତାରିଖରେ ରୁଷ ସେନା କିଭ୍‌ ଉପରେ ୫୦ ରୁ ଅଧିକ ଡ୍ରୋନ ମାଡ଼ କରିଥିବାର ଅଭିଯେୋଗ ହୋଇଥିଲା ।
ଅନ୍ୟପଟେ ସିଜ୍ ଫାୟର ଆଲୋଚନାର ଗୋଟିଏ ଦିନ ପୂର୍ବରୁ ୟୁକ୍ରେନ ମସ୍କୋ ଏବଂ ଏହାର ନିକଟବର୍ତ୍ତୀ ଅଂଚଳରେ ୨୦୦ ରୁ ଅଧିକ ଡ୍ରୋନ ମାଡ଼ କରିଥିଲା । ତେବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟସ୍ଥତା ପରେ ଦୁଇ ରାଷ୍ଟ୍ର ମୁଖ୍ୟ ଯୁଦ୍ଧ ବିରତି ପାଇଁ ରାଜି ହୋଇଥିଲେ ମଧ୍ୟ ପୁଣିଥରେ ଦୁଇ ଦେଶ ପକ୍ଷରୁ ଡ୍ରୋନ ଆକ୍ରମଣ ଆରମ୍ଭ ହୋଇଛି ।
ଗତ ୧୯ ତାରିଖରେ ସାମୟିକ ଯୁଦ୍ଧ ବିରତି ପାଇଁ ରାଜି ହୋଇଥିଲା ୟୁକ୍ରେନ୍ । ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡୋମିର ଜେଲେନସ୍କିଙ୍କ ମଧ୍ୟରେ ଏକ ଘଣ୍ଟାରୁ ଅଧିକ ସମୟ ଧରି ଫୋନରେ ଆଲୋଚନା ହୋଇଥିଲା । ଜେଲେନସ୍କିଙ୍କ ସହ ଆଲୋଚନା ଫଳପ୍ରଦ ହୋଇଥିବା ଟ୍ରମ୍ପ କହିଥିଲେ । ତେବେ ଏହାପୂର୍ବରୁ ପୂର୍ବରୁ ଟ୍ରମ୍ପ ଓ ଜେଲେନସ୍କିଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଫଳପ୍ରଦ ହୋଇ ନଥିଲା । ପରେ କିନ୍ତୁ ଜେଲେନସ୍କି ଆମେରିକାର ରାଷ୍ଟ୍ରପତିଙ୍କୁ ଭୁଲ ସ୍ବୀକାର କରିଥିଲେ । ଏହାପରେ ଆମେରିକା ପକ୍ଷରୁ ୟୁକ୍ରେନକୁ ସାମରିକ ସହାୟତା ଘୋଷଣା କରାଯାଇଥିଲା ।ଅନ୍ୟପଟେ ମହାକାଶରେ ଶକ୍ତି ସନ୍ତୁଳନକୁ ନେଇ ଆମେରିକା ଏବଂ ଏହାର ସହଯୋଗୀ ରାଷ୍ଟ୍ରମାନଙ୍କର ଚିନ୍ତା ବୃଦ୍ଧି ପାଉଛି।

Leave a comment