ଯୁଦ୍ଧର ଅଷ୍ଟମ ଦିନ: ଗୁଳିମାଡ଼ ଜାରି, ମଲେଣି ୪୯୮ ରୁଷ ଯବାନ

russia-admitted-that-498-soldiers-were-killed-in-the-war

ମେଟ୍ରୋ ଟିଭି ଓଡିଶା (୩ .୩ .୨୦୨୨) : ଆଜି ରୁଷ ୟୁକ୍ରେନ ଯୁଦ୍ଧର ଅଷ୍ଟମ ଦିନ । ଆଜି ମଧ୍ୟ ଗୁଳିମାଡ଼ ଜାରି ରହିଛି । ରୁଷ ଏବେସୁଦ୍ଧା ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି । ମିଳିତ ଜାତିସଂଘର ମହାସଭାରେ ୟୁକ୍ରେନରୁ ରୁଷ ସେନା ପ୍ରତ୍ୟାହାର ପ୍ରସ୍ତାବ ପାରିତ କରାଯାଇଛି ।

ଏହା ଭିତରେ ଦୁଇ ଦେଶ ମଧ୍ୟରେ ଆଜି ଦ୍ୱିତୀୟ ପର୍ଯ୍ୟାୟ କଥାବାର୍ତ୍ତା ହେବ । ଯୁଦ୍ଧ ଉପରେ ଯନି ନଜର ପକାଇବା ତେବେ ରାଜଧାନୀ କିଭ୍ ର ଚାରିପଟରୁ ରୁଷ ସେନା ଘେରିଯାଇଛନ୍ତି । ରୁଷ ସେନା ଏବେ ୟୁରୋପର ସବୁଠୁ ବଡ଼ ନ୍ୟୁକ୍ଲିୟର୍ ପାୱାର୍ ପ୍ଲାଣ୍ଟ୍ ଆଡକୁ ବଢ଼ିବାରେ ଲାଗିଛି ।

ସୂଚନା ଯେ, ରୁଷ ୟୁକ୍ରେନର ମୁଖ୍ୟ ରେଳ ଷ୍ଟେସନ୍ ଉପରେ ରକେଟ୍ ମାଡ କରିଛି । ଏବେ ରୁଷ ଟାର୍ଗେଟରେ ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରାଳୟ ବିଲ୍ଡିଂ ରହିଛି । ଗତକାଲି ୟୁକ୍ରେନର ଅନ୍ୟତମ ବଡ଼ ସହର ଖେରସନ୍ କୁ ରୁଷିଆ ଅକ୍ତିଆର କରିନେଇଥିବା ସୂଚନା ରହିଛି । ୟୁକ୍ରେନ ଦାବି ଏହା ଭିତରେ ଦାବି କରିଛି ଯେ, ମାର୍ଚ୍ଚ ୨ ତାରିଖରେ ସେମାନେ ରୁଷର ୩ଟି ପ୍ଲେନ୍ ଓ ୨ଟି ହେଲିକପ୍ଟର୍ କୁ ଧ୍ୱଂସ କରିଛନ୍ତି ।