ମେଟ୍ରୋ ଟିଭି ଓଡିଶା (୨୨.୨.୨୦୨୨) :
ଫେବୃଆରୀ ୨୪ରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆରମ୍ଭ ହେବ ଟି୨୦ ସିରିଜ୍ । ଆଇସିସି ରାଙ୍କିଂରେ ନମ୍ବର ୧ ଟିମ୍ ହୋଇପାରିଥିବା ଭାରତ ବିଜୟ ଧାରା ଜାରି ରଖିବାକୁ ପ୍ରୟାସ କରିବ । ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କ ପାଖରେ ଏହି ସିରିଜରେ ଅନେକ ରେକର୍ଡ କରିବାର ସୁଯୋଗ ରହିଛି ।

ରୋହିତ ଯଦି ୧୨ଟି ଛକା ଲଗାଇବେ ତେବେ ସେ ଟି୨୦ କ୍ରିକେଟରେ ସବୁଠାରୁ ଅଧିକ ଛକା ଲଗାଇବା ଖେଳାଳି ହୋଇଯିବେ । ସେ ଏବେ ୧୫୪ଟି ଛକା ଲଗାଇଛନ୍ତି । ସେହିପରି ମାର୍ଟିନ୍ ଗୁପ୍ଟିଲ ୧୬୫ଟି ଛକା ଲଗାଇଛନ୍ତି । ୧୧ଟି ଛକା ଲଗାଇଲେ ଗୁପ୍ଟିଲଙ୍କ ରେକର୍ଡ ସହ ସମାନ ହୋଇଯିବେ ହିଟମ୍ୟାନ୍ ।