ଅବସାନ ‌ଘଟିଲା ରାଫେଲ୍‌ ପ୍ରକଳ୍ପ, ବିଶୃଙ୍ଖଳିତ ବାତାବରଣ ମଧ୍ୟରେ ଭାରତ ଓ ଫ୍ରାନ୍ସ୍‌ର ସମ୍ପର୍କ ସୁଦୃଢ଼

rafale-project-complete-india-france-cement-ties-amidst-global-turmoi

ମେଟ୍ରୋ ଟିଭି ଓଡିଶା (୨୩ .୨.୨୦୨୨) : ଗତକାଲି ରାତିରେ ଫ୍ରାନ୍‌ସ୍‌ ଭାରତକୁ ୩ଟି ରାଫେଲ୍‌ ଲଢୁଆ ବିମାନ ହସ୍ତାନ୍ତର କରିବା ପରେ ରାଫେଲ୍‌ ପ୍ରକଳ୍ପର ଅବସାନ ‌ଘଟିଛି। ଏହାକୁ ମିଶାଇ ଫ୍ରାନ୍ସ୍ ଭାରତକୁ ୩୫ଟି ରାଫେଲ୍‌ ବିମାନ ଯୋଗାଇ ସାରିଛି। ରାଜିନାମା ମୁତାବକ ଫ୍ରାନ୍ସ୍‌ ଭାରତକୁ ୩୬ଟି ବିମାନ ଯୋଗାଇ ଦେବାକୁ କଥା, କିନ୍ତୁ ବାକି ଗୋଟିକରେ ଭାରତ ଚାହୁଁଥିବା ମୁତାବକ ପରିବର୍ତ୍ତନ କରାଯାଉଛି।

ଆସନ୍ତା ମାସରେ ସେଇଟିକୁ ଫ୍ରାନ୍‌ସରେ ଭାରତକୁ ହସ୍ତାନ୍ତର କରାଯିବ ବୋଲି ଆଶା କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ‘ଭାରତ ଦୃଷ୍ଟିରେ ଫ୍ରାନ୍‌ସ୍‌’ ଉପରେ ଭାଷଣ ଦେଇ କହିଛନ୍ତି, ୟୁରୋପରେ ଦେଖା ଦେଇଥିବା ସଙ୍କଟ ସମେତ ସମ୍ପ୍ରତି ବିଶ୍ୱ ରେ ଏକାଧିକ ସଙ୍କଟ ଦେଖାଦେଇଛି। ଆନ୍ତର୍ଜାତିକ ସମ୍ପର୍କ, ଆନ୍ତର୍ଜାତିକ ଅର୍ଥନୀତି ଏବଂ ବୈଷୟିକ ପରିବର୍ତ୍ତନ କ୍ଷେତ୍ରରେ ସୃଷ୍ଟି ହୋଇଥିବା ପରିବର୍ତ୍ତନ ସମୟରେ ଏ ସବୁ ସଙ୍କଟ ଉପୁଜିଛି। ମହାମାରୀଜନିତ ବାଧାବିପତ୍ତି ମଧ୍ୟ ସଙ୍କଟ ଧାରାକୁ ଆହୁରି ତେଜିୟାନ୍‌ କରି ଦେଇଛି। ସବୁ ସଙ୍କଟ ସମ୍ମିଳିତ ହୋଇ ବିଶ୍ୱ ପାଇଁ ନୂଆ ଆହ୍ଵାନ ସୃଷ୍ଟି କରିଛି। ଆଜି ଆଉ ପୂର୍ବରୁ ସୌହାର୍ଦ୍ଦ୍ୟ ବାତାବରଣ ନାହିଁ। ଏଭଳି ସଙ୍କଟ ମୁକାବିଲା କରିବା ଲାଗି ସମସ୍ତ ରାଷ୍ଟ୍ର ନିଜ ନିଜର ପ୍ରାଥମିକତା, ରଣନୀତି, ସମ୍ପର୍କ ଏବଂ ଭୂଖଣ୍ଡର ପୁନଃ ଆକଳନ କରୁଛନ୍ତି।

ପରିସ୍ଥିତି ଘଟୁଥିବା ଦ୍ରୁତ ପରିବର୍ତ୍ତନ ସହ ଖାପ ଖୁଆଇବା ପାଇଁ ଆମେ ବିବ୍ରତ ହୋଇପଡୁଛୁ। ଦୀର୍ଘ ଦିନରୁ ସତ୍ୟ ବୋଲି ପ୍ରତୀୟମାନ ହେଉଥିବା କଥାଗୁଡ଼ିକୁ ମଧ୍ୟ ପରଖୁଛୁ। ଜୟଶଙ୍କର ଆହୁରି ମଧ୍ୟ କହିଛନ୍ତି, ଗତ ଦୁଇ ଦଶନ୍ଧି ହେବ ବିଶ୍ୱସ୍ତରରେ ଭାରତ ଅନେକ ଆନ୍ତର୍ଜାତିକ ସମ୍ପର୍କରେ ପରିବର୍ତ୍ତନ ଘଟିଛି କିନ୍ତୁ, ଫ୍ରାନ୍‌ସ୍ ସହ ଭାରତର ସମ୍ପର୍କ ଆଗାମୀ ବହୁ ପିଢ଼ିଯାଏଁ ସୁଦୃଢ଼ ରହିବ।