ଇଂଲଣ୍ଡ୍‌ର ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କ ପରଲୋକରେ ବିଶ୍ବନେତାଙ୍କ ଶୋକ ପ୍ରକାଶ

ଇଂଲଣ୍ଡ୍‌ର ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କ ମୃତ୍ୟୁରେ ସାରା ବିଶ୍ବରେ ଗଭୀର ଶୋକ ପ୍ରକାଶ ପାଇଛି । ଇଂଲଣ୍ଡ୍‌ର ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କ ମୃତ୍ୟୁ ଘଟଣା ପରେ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ବିଶ୍ବ ନେତାମାନେ ଶୋକବ୍ୟକ୍ତ କରିଛନ୍ତି।

ଟୁଇଟ୍‌ କରିଥିବା ଶୋକବାର୍ତ୍ତାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲେଖିଛନ୍ତି: ଇଂଲଣ୍ଡ୍‌ର ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କ ମୃତ୍ୟୁରେ ବିଶ୍ବ ଜଣେ ବିଶିଷ୍ଟ ବ୍ୟକ୍ତିତ୍ବଙ୍କୁ ହରାଇଲା। ୭ ଦଶନ୍ଧିରୁ ଅଧିକ କାଳଧରି ସେ ତାଙ୍କ ଦେଶ ଓ ଜନତାଙ୍କ ନେବା ପରଠାରୁ ଗୋଟାଏ ଯୁଗ ବିତିଗଲାଣି। ବ୍ରିଟେନ୍‌ବାସୀଙ୍କ ଦୁଃଖରେ ସମଭାଗିନୀ ହେବା ସହ ରାଜ ପରିବାର ପ୍ରତି ସମବେଦନା ଜଣାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଲେଖିଛନ୍ତି: ଜଣେ ଦୃଢ଼ମନା ଓ ବିଶ୍ବସ୍ତ ଭାବେ ମହାରାଣୀ ଦ୍ବିତୀୟ ଏଲିଜାବଥେ୍‌ ସ୍ମରଣୀୟ ହୋଇ ରହି‌ବେ। ସେ ତାଙ୍କ ଦେଶ ଓ ଦେଶବାସୀଙ୍କୁ ପ୍ରେରଣାଦାୟୀ ନେତୃତ୍ବ ଓ ଦେଇଛନ୍ତି। ତାଙ୍କ ମୃତ୍ୟୁରେ ମୁଁ ମର୍ମାହତ। ଏହି ଦୁଃଖଦ ବେଳାରେ ତାଙ୍କ ପରିବାର ଓ ଇଂଲଣ୍ଡବାସୀଙ୍କ ପ୍ରତି ମୋର ସମବେଦନା।

ସେହିପରି ଆମେରିକା ରାଷ୍ଟ୍ରପତି ମଧ୍ୟ ଗଭୀର ଶୋକ ପ୍ରକାଶ କରିବା ସହ ଶୋକବାର୍ତ୍ତା ପଠାଇଛନ୍ତି । 96 ବୟଷରେ ମହାରାଣୀଙ୍କ ପରଲୋକ ହୋଇଛି । କିଛି ଦିନ ଧରି ସେ ଅସୁସ୍ଥ ଥିଲେ ।