ଶେଖ ହାସିନାଙ୍କ ବାପଘରେ ନିଆଁ ଲଗାଇଦେଲେ ବିକ୍ଷୋଭକାରୀ
ଅନଲାଇନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଭାଷଣ ପରେ ହିଂସା ବ୍ୟାପିଛି । ରାଜଧାନୀ ଢାକାରେ ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜିବର ରେହମାନଙ୍କ ବାସଭବନରେ ପ୍ରଦର୍ଶନକାରୀ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି । ଘରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ହାସିନାଙ୍କ ଦଳ ଆୱାମୀ ଲିଗକୁ ବ୍ୟାନ କରିବାକୁ ବିକ୍ଷୋଭକାରୀ ଦାବି କରିଛନ୍ତି । ବାଂଲାଦେଶର ବର୍ତ୍ତମାନର ଶାସକଙ୍କ ବିରୋଧରେ ଏକାଠି ହୋଇ ବିରୋଧ କରିବାକୁ ଶେଖ ହସିନା ନିଜ ଭାଷଣରେ ଦେଶବାସୀଙ୍କୁ ଅପିଲ କରିଥିଲେ । ଏପଟେ ଶେଖ ମୁଜିବରଙ୍କ ଘରେ ନିଆଁ ଲଗାଯିବା ଘଟଣାକୁ ଶେଖ ହସିନା ନିନ୍ଦା କରିଛନ୍ତି।
ଅନ୍ୟପଟେ ବାଂଲାଦେଶରେ ଏକ ବିଦ୍ରୋହ ପରେ କ୍ଷମତାକୁ ଆସିଥିବା ମହମ୍ମଦ ୟୁନୁସଙ୍କ ଶାସନରେ, ଦଙ୍ଗାକାରୀମାନେ ଖୋଲାଖୋଲି ଭାବେ ରକ୍ତପାତ ଏବଂ ହିଂସାକାଣ୍ଡରେ ଲିପ୍ତ ଥିବା ଦେଖାଯାଉଛି । ପ୍ରଦର୍ଶନକାରୀମାନେ ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜିବୁର ରହମାନଙ୍କ ଧାନମଣ୍ଡି-୩୨ ବାସଭବନରେ ଆକ୍ରମଣ ଏବଂ ଭଙ୍ଗାରୁଜା କରିଛନ୍ତି। ଆଶ୍ଚର୍ଯ୍ୟଜନକ କଥା ହେଉଛି ସୋସିଆଲ ମିଡିଆରେ ‘ବୁଲଡୋଜର ରାଲି’ ଘୋଷଣା ପରେ ଏହି କାଣ୍ଡ ଘଟିଛି।