ୟୁରୋପୀୟ ପରିଷଦର ସଭାପତି ଏବଂ ୟୁରୋପୀୟ ଆୟୋଗର ଅଧ୍ୟକ୍ଷଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ  ୟୁରୋପୀୟ ପରିଷଦର ଅଧ୍ୟକ୍ଷ ମହାମହିମ ଶ୍ରୀ ଚାର୍ଲସ୍ ମିସେଲ ଏବଂ ୟୁରୋପୀୟ ଆୟୋଗର ଅଧ୍ୟକ୍ଷା ମହାମହିମ ସୁଶ୍ରୀ ଉର୍ସୁଲା ଭନ୍ ଡେର୍ ଲେୟେନଙ୍କୁ ଭେଟିଥିଲେ ।

ଉଭୟ ପରିଦର୍ଶକ ଭାରତର ଜି-୨୦ ଅଧ୍ୟକ୍ଷତାର ସଫଳତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ପରବର୍ତ୍ତୀ ଭାରତ-ଇୟୁ ଶିଖର ସମ୍ମିଳନୀ, ଚାଲିଥିବା ମୁକ୍ତ ବାଣିଜ୍ୟ ଚୁକ୍ତି ଆଲୋଚନା, ଜଳବାୟୁ ପରିବର୍ତ୍ତନ ଏବଂ ଲାଇଫ୍‍, ଡିଜିଟାଲ ଟେକ୍ନୋଲୋଜି ଏବଂ ବାଣିଜ୍ୟ ଓ ପ୍ରଯୁକ୍ତି ପରିଷଦ (ଟିଟିସି) ସମେତ ଭାରତ – ଇୟୁ ରଣନୈତିକ ଭାଗିଦାରୀର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା ।

୯ ସେପ୍ଟେମ୍ବର ୨୦୨୩ରେ ଆରମ୍ଭ ହୋଇଥିବା ଭାରତ-ମଧ୍ୟପ୍ରାଚ୍ୟ- ୟୁରୋପ ଅର୍ଥନୈତିକ କରିଡର ଉପରେ ମଧ୍ୟ ଦୁଇ ନେତା ଆଲୋଚନା କରିଥିଲେ। କରିଡରକୁ ତ୍ୱରାନ୍ୱିତ କରିବା ଦରକାର ବୋଲି ସେମାନେ ଅନୁଭବ କରିଥିଲେ। ଏହି କରିଡର ଅଧୀନରେ ସୌର ପ୍ରକଳ୍ପର ସମ୍ଭାବନା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ।