ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ବନ୍ଧୁ ସମ୍ବୋଧନ କରି ଟ୍ରମ୍ପଙ୍କୁ ଏକ୍ସରେ ଶୁଭେଚ୍ଛା ଜଣାଇଲେ ମୋଦି । ସେ ଲେଖିଛନ୍ତି, ‘ଆଗାମୀ ଦିନରେ ଭାରତ-ଆମେରିକା ସଂପର୍କ ଆହୁରି ସୁଦୃଢ଼ ହେବ’ । ବିଶ୍ବରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବାକୁ ମିଶି କାମ କରିବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଆମେରିକାର ରାଷ୍ଟ୍ରପତି ନିର୍ବାଚନ ରେସ୍‌ରେ ବାଜି ମାରିଛନ୍ତି  ​​ଡୋନାଲ୍ଡ ଟ୍ରମ୍ପ ।  ରିପବ୍ଲିକାନ୍‌ ପାର୍ଟିର ପ୍ରାର୍ଥୀ ତଥା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ପ୍ରତିଦ୍ୱନ୍ଦ୍ୱୀ କମଲା ହାରିସଙ୍କୁ ହରାଇଛନ୍ତି।  ଦ୍ବିତୀୟ ଥର ହ୍ବାଇଟ୍ ହାଉସକୁ ଟ୍ରମ୍ପଙ୍କ ଜୋରଦାର ପ୍ରତ୍ୟାବର୍ତ୍ତନ । ବିଜୟ ପରେ ନିଜ ସମର୍ଥକଙ୍କ ପାଖରେ ପହଞ୍ଚିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଆମେରିକାବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ବିଜୟ ଭାଷଣ ଦେଇଛନ୍ତି। ନିଜର ବିଜୟକୁ ଐତିହାସିକ ଓ ଅବିଶ୍ବସନୀୟ କହିଲେ ଟ୍ରମ୍ପ।