ପୁଟିନଙ୍କୁ ବିଳାସପୂର୍ଣ୍ଣ କାର ଉପହାର ଦେଲେ ଉତ୍ତର କୋରିଆ ରାଷ୍ଟ୍ରପତି କିମ ଜୋନ ଉନ୍
ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଳାସପୂର୍ଣ୍ଣ କାର ଉପହାର ଦେଲେ ଉତ୍ତର କୋରିଆ ରାଷ୍ଟ୍ରପତି କିମ ଜୋନ ଉନ୍ । ଆଉ ବନ୍ଧୁ କିମଙ୍କ ପାଇଁ ଡ୍ରାଇଭର ସାଜିଗଲେ ପୁଟିନ । କିମଙ୍କୁ କାରରେ ବସାଇ ବୁଲାଇଛନ୍ତି ପୁଟିନ୍ । ଦୁଇ ରାଷ୍ଟ୍ରମୁଖ୍ୟଙ୍କ ଏକ ଭିଡିଓ ଏବେ ପୂରା ବିଶ୍ୱରେ ଚର୍ଚ୍ଚା ପାଲଟିଛି । ପୁଟିନ ଓ କିମଙ୍କ ମଧ୍ୟରେ ଥିବା ବନ୍ଧୁତାର ସାକ୍ଷୀ ବନିଛି ପୂରା ବିଶ୍ୱ । ପୁଟିନଙ୍କୁ ମିଳିଥିବା କାରର ଲମ୍ବ ରହିଛି ୬.୭୦ ମିଟର । ଏହାର ଓଜନ ୨ ହଜାର ୭୦୦ କିଲୋଗ୍ରାମ । ଏହି କାର ଯେତିକି ବିଳାସପୂର୍ଣ୍ଣ ସେତିକି ସୁରକ୍ଷିତ ମଧ୍ୟ । ଗୁଳି ଓ ବମ୍ ଦ୍ୱାରା ମଧ୍ୟ କାରକୁ କ୍ଷତି ପହଞ୍ଚିବ ନାହିଁ । ଏହି କାରରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟ ଖଞ୍ଜା ଯାଇଛି । ତେବେ ଉତ୍ତର କୋରିଆ ଗସ୍ତରେ ଯାଇଥିବା ବେଳେ ପୁଟିନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଉତ୍ତର କୋରିଆ ରାଷ୍ଟ୍ରପତି କିମ୍ ଜୋନ ବିମାନବନ୍ଦରରେ ପହଞ୍ଚି ପୁଟିନଙ୍କୁ ସ୍ୱାଗତ ଜଣାଇଥିଲେ । ଦୁଇ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ହୋଇଥିବା ମଧ୍ୟ ଜଣାପଡ଼ିଛି । ୟୁକ୍ରେନ ସହ ଋଷର ଯୁଦ୍ଧ ଚାଲିଥିବା ବେଳେ ପୁଟିନଙ୍କ ଏହି ଗସ୍ତ ବେଶ ଗୁରୁତ୍ୱ ବହନ କରୁଛି । ଗୋଟେ ପଟେ ଆମେରିକା ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ନେଇ ସହଯୋଗ କରୁଥିବା ବେଳେ ଏବେ ଋଷ ଉତ୍ତର କୋରିଆଠାରୁ ଅସ୍ତ୍ର ସହଯୋଗ ପାଇଁ ଚୁକ୍ତି କରିଥିବା ଚର୍ଚ୍ଚା ହେଉଛି ।