ଜେଲେନସ୍କିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ
ହିରୋସିମା: ଜାପାନର ହିରୋସିମାରେ ଆୟୋଜିତ ଜି-୨୦ ସମ୍ମିଳନୀରେ ମୋଦି ବିଶ୍ବନେତାଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଖି ଆଲିଙ୍ଗନ କରିଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ପ୍ରତିବଦଳରେ ମୋଦି ମଧ୍ୟ ତାଙ୍କୁ ଆଲିଙ୍ଗନ କରିଥିଲେ । ଏହି ବୈଠକରେ ଜାପାନ ଓ ଆମେରିକା ବ୍ୟତୀତ ବ୍ରିଟେନ୍, ଫ୍ରାନ୍ସ, ଜର୍ମାନୀ, କାନାଡା, ଇଟାଲି ସମେତ ୟୁରୋପୀୟ ସଂଘର ପ୍ରତିନିଧିମାନେ ସାମିଲ ହୋଇଥିଲେ । ୟୁକ୍ରେନ -ଋଷିଆ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ ରାଷ୍ଟ୍ରପତି ଭଲୋଡିମିର ଜେଲେନସ୍କିଙ୍କୁ ଭେଟିଛନ୍ତି ।
#WATCH | Prime Minister Narendra Modi and US President Joe Biden share a hug as they meet in Hiroshima, Japan. pic.twitter.com/bbaYMo1jBL
— ANI (@ANI) May 20, 2023
PM @narendramodi held talks with President @ZelenskyyUa during the G-7 Summit in Hiroshima. pic.twitter.com/tEk3hWku7a
— PMO India (@PMOIndia) May 20, 2023
ଜାପାନର ହିରୋସିମାରେ ଜି-୭ ଶିଖର ସମ୍ମିଳନୀ ଅବସରରେ ହୋଇଛି । ମୋଦୀ କହିଛନ୍ତି, ଯୁଦ୍ଧ ଏକ ରାଜନୀତି ପ୍ରସଙ୍ଗ ନୁହେଁ ମାନବତାର ପ୍ରସଙ୍ଗ । ଏହାର ସମାଧାନ ହେବା ଜରୁରୀ । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱ ପାଇଁ ବହୁତ ବଡ଼ ପ୍ରସଙ୍ଗ । ସାରା ବିଶ୍ୱ ଉପରେ ଏହାର ଅନେକ ପ୍ରକାରର ପ୍ରଭାବ ପଡ଼ୁଛି । ଏହାର ସମାଧାନ ପାଇଁ ଭାରତ ଏବଂ ବ୍ୟକ୍ତିଗତ ଭାବେ ମୋ ଦ୍ୱାରା ଯାହା ବି କିଛି ହୋଇପାରିବ ତାହା ଅବଶ୍ୟ କରିବି । ଯେହେତୁ ରୁଷ୍ ସହ ଭାରତର ଘନିଷ୍ଠ ସମ୍ପର୍କ ରହିଛି । ଏହି ଅବସରରେ କ୍ବାଡ ନେତାଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।
Speaking at the Quad Leaders' Meeting in Hiroshima. https://t.co/ZKTSzXOPM5
— Narendra Modi (@narendramodi) May 20, 2023
With fellow world leaders at the G-7 Summit in Hiroshima. pic.twitter.com/fCQreFrPkI
— Narendra Modi (@narendramodi) May 20, 2023