ଓ୍ବାସିଂଟନ : ଆମେରିକା ଗସ୍ତର ତୃତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୱାଶିଂଟନରେ ପହଞ୍ଚିବା ମାତ୍ରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗାର୍ଡ ଅଫ୍ ଅନର ରେ ସମ୍ମାନିତ କରାଯାଇଥିଲା। ହ୍ଵାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ । ନ୍ୟୁୟର୍କରୁ କାର୍ଯ୍ୟକ୍ରମ ଶେଷ କରି ୱାଶିଂଟନ ଡିସିରେ ପହଁଚିବା ପରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।
"Welcome to White House Mr Prime Minister" US President Joe Biden greets PM Modi
Read @ANI Story | https://t.co/816IzB1g8p#PMModiUSVisit #NarendraModi #JoeBiden pic.twitter.com/O6WGl61W2q
— ANI Digital (@ani_digital) June 22, 2023
PM Narendra Modi received with State honours as he arrived at the White House. Warmly greeted by US President Joe Biden & First Lady of the US Jill Biden. Wide-ranging discussions between the two leaders lie ahead as India & US embark upon scripting a partnership for the 21st… pic.twitter.com/uXauD5JAVk
— ANI (@ANI) June 22, 2023
ସେପଟେ ପ୍ରିୟ ନେତାଙ୍କୁ ଭେଟି ବେଶ ଖୁସି ପ୍ରକାଶ କରିଛନ୍ତି ଏଠାରେ ରହୁଥିବା ପ୍ରବାସୀୟ ଭାରତୀୟ । ଭବ୍ୟ ସମ୍ବର୍ଦ୍ଧନା ପରେ ମୋଦୀ କହିଛନ୍ତି ଯେ ଏହି ସମ୍ମାନ ପାଇଁ ଧନ୍ୟବାଦ । ଏହି ଗୌରବ ୧୪୦ କୋଟି ଭାରତୀୟଙ୍କର । ଏହା ମଧ୍ୟ ଆମେରିକାରେ ରହୁଥିବା ୪୦ ଲକ୍ଷରୁ ଅଧିକ ଭାରତୀୟ ବଂଶୋଦ୍ଭବଙ୍କ ପାଇଁ ଏକ ସମ୍ମାନର ବିଷୟ। କାରଣ ସମଗ୍ର ବିଶ୍ବରେ ଶକ୍ତି ସନ୍ତୁଳନ ବଦଳିବାରେ ଲାଗିଛି ଓ ଭାରତ ଏକ ପ୍ରମୁଖ ଶକ୍ତି ଭାବେ ଉଭା ହେଉଛି ।
#WATCH | The societies and institutions of both India & US are based on democratic values. The constitutions of both countries begin with the three words "We The People". Both countries take pride in their diversity and believe in the fundamental principle of 'interest of all,… pic.twitter.com/wKEiQq7kTL
— ANI (@ANI) June 22, 2023
ସେପଟେ ୨୦୨୪ ପାଇଁ ଭାରତ ଓ ଆମେରିକା ମିଳିତ ମହାକାଶଚାରୀ ଅଭିଯାନ ଘୋଷଣା କରିଛନ୍ତି। ଭାରତ ଆର୍ଟେମିସ୍ ଚୁକ୍ତିରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛି ଏବଂ ଆମେରିକାର ମହାକାଶ ଏଜେନ୍ସି ନାସା ଏବଂ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ୨୦୨୪ରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସ୍ଏସ୍)କୁ ଏକ ମିଳିତ ମିଶନ ପଠାଇବାକୁ ରାଜି ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ଚାଲିଥିବାବେଳେ ଆମେରିକା ପକ୍ଷରୁ ଏହି ବଡ଼ ଘୋଷଣା କରାଯାଇଛି ।
ବାଇଡେନଙ୍କୁ ମୋଦି ଉପହାର ଭାବେ ରାଜସ୍ଥାନର କାରିଗର ତିଆରି କରିଥିବା ହଲମାର୍କ ରୁପା ମୁଦ୍ରା ଦେଇଥିଲେ । ଗୁଜରାଟର ଲୁଣ, କୋଲକାତାର କାରିଗର ପ୍ରସ୍ତୁତ କରିଥିବା ରୁପାର ନଡ଼ିଆ,କର୍ଣ୍ଣାଟକର ଚନ୍ଦନକାଠ,ତାମିଲନାଡୁର ଧଳା ରାଶି,ରାଜସ୍ଥାନର ୨୪ କ୍ୟାରେଟ ସ୍ୱର୍ଣ୍ଣ ମୁଦ୍ରା,ପଞ୍ଜାବର ଘିଅ,ଝାଡଖଣ୍ଡର ଟସର କପଡା,ଉତ୍ତରାଖଣ୍ଡର ଲମ୍ବା ସରୁ ଚାଉଳ,ମହାରାଷ୍ଟ୍ରର ଗୁଡ଼ ଦେଇଥିଲେ । ଚନ୍ଦନ ପେଡିରେ ରହିଛି ରୁପାର ଗଣେଶ ମୂର୍ତି, ରୁପାର ତେଲ ଦୀପ ଓ ରୂପାର ନଡ଼ିଆ ।
Prime Minister Narendra Modi presents a special sandalwood box to US President Joe Biden that has been handcrafted by a master craftsman from Jaipur, Rajasthan. The sandalwood sourced from Mysore, Karnataka has intricately carved flora and fauna patterns. pic.twitter.com/fsRpEpKJ4W
— ANI (@ANI) June 22, 2023
PM Narendra Modi gifts a copy of the first edition print of the book, ‘The Ten Principal Upanishads’ published by Faber and Faber Ltd of London and printed at the University Press Glasgow to President Joe Biden pic.twitter.com/95kKhQS267
— ANI (@ANI) June 22, 2023
PM Modi gifts President Joe Biden, US First Lady Jill Biden- Sandalwood box with 'das danams,' green diamond
Read @ANI Story | https://t.co/ofjHjpGypp#PMModi #JoeBiden #JillBiden #SandalwoodBox #US #WhiteHouse pic.twitter.com/1wBbS15YPo
— ANI Digital (@ani_digital) June 22, 2023