ବିପନ୍ନ ନାଗରିକଙ୍କୁ ମିଳିବ ମାନବିକ ସହାୟତା

pm-modi-chairs-a-high-level-review-meeting-on-ukraine-crisis

ମେଟ୍ରୋ ଟିଭି ଓଡିଶା (୧ .୩ .୨୦୨୨) :

ୟୁକ୍ରେନ୍‌ରେ ଫସିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଚାଲିଥିବା ‘ଅପରେସନ୍‌ ଗଙ୍ଗା’କୁ ଅଧିକ ତ୍ୱରାନ୍ୱିତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ୍‌ ପରିସ୍ଥିତି ଉପରେ ପୁଣିଥରେ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି। ୟୁକ୍ରେନ୍‌ ସୀମାନ୍ତ ପୋଲାଣ୍ଡ ରୋମାନିଆ ଓ ହଙ୍ଗେରୀ ଭଳି ରାଷ୍ଟ୍ର ଜରିଆରେ ଭାରତୀୟଙ୍କୁ ଉଦ୍ଧାର କରାଯାଉଥିବାବେଳେ ପରିସ୍ଥିତି ଏଭଳି ଅଧିକ ଜଟିଳ ହୋଇପଡିଛି।


ଏଥିପାଇଁ ଏହି ପଡୋଶୀ ରାଷ୍ଟ୍ରକୁ ଯାଇ ଭାରତୀୟଙ୍କ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ୪ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଜ୍ୟୋତିରାଦିତ୍ୟ ସିନ୍ଧିଆ, ହରଦୀପ୍ ସିଂହ ପୁରୀ, କିରଣ ରିଜିଜୁ ଓ (ଅବସରପ୍ରାପ୍ତ ଜେନେରାଲ ଭି.କେ. ସିଂହଙ୍କୁ ଉଦ୍ଧାରକାରୀ ଦଳରେ ସାମିଲ କରାଯାଇଛି । କେବଳ ନିଜ ନାଗରିକଙ୍କୁ ନୁହେଁ, ଅନ୍ୟ ଫସି ରହିଥିବା ଅନ୍ୟ ପଡୋଶୀ ରାଷ୍ଟ୍ରର ନାଗରିକ ଓ ବିକାଶଶୀଳ ରାଷ୍ଟ୍ରର ବିପନ୍ନ ଲୋକଙ୍କୁ ମଧ୍ୟ ଭାରତ ଉଦ୍ଧାର କରିବାରେ ସହଯୋଗ କରିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନିର୍ଦେଶ ଦେଇଥିବା ବୈଠକ ପରେ ବିଦେଶ ବ୍ୟାପାର ମୁଖପାତ୍ର ଅରନ୍ଦମ୍‌ ବାଗଚୀ ସୂଚନା ଦେଇଛନ୍ତି। ଭାରତ ସମଗ୍ର ବିଶ୍ୱକୁ ଏକ ପରିବାର ଭାବେ ଗ୍ରହଣ କରିଆସିଛି। ୟୁକ୍ରେନ୍‌ ଛାଡି ପଡୋଶୀ ରାଷ୍ଟ୍ରଙ୍କ ସୀମାରେ ଜୀବନ ରକ୍ଷା ପାଇଁ ପ୍ରବେଶ କରୁଥିବା ପ୍ରତ୍ୟେକ ନାଗରିକଙ୍କୁ ଭାରତ ମାନବିକ ସହାୟତା ଯୋଗାଇବ। ଆସନ୍ତାକାଲି ଏକ ମାଲବାହୀ ବିମାନ ଜରିଆରେ ସହାୟତା ସାମଗ୍ରୀ ପଠାଯିବାକୁ ନିଷ୍ପତ୍ତି ହୋଇଛି।