ଆମେରିକାରେ ବିମାନରେ ଲାଗିଲା ନିଆଁ

ଆମେରିକାରେ ବିମାନରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଡେନଭର ଏୟାରପୋର୍ଟରେ ଆମେରିକା ଏୟାରଲାଇନ୍ସ ବିମାନରେ ନିଆଁ ଲାଗିଯାଇଥିଲା । ଚର୍ମିନାଲ Cରେ ଥିବା ବେଳେ ବିମାନଟି ହୁ ହୁ ହୋଇ ଜଳିଥିଲା । ଚାରିଆଡ଼େ ଧୂଆଁ ଆଚ୍ଛାଦିତ ହୋଇଯାଇଥିଲା । ନିଆଁ ଯୋଗୁ ବିମାନରୁ ତୁରନ୍ତ ଯାତ୍ରୀମାନେ ଓହ୍ଲାଇଯାଇଥିଲେ । ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ।