ଆଫଗାନିସ୍ତାନରେ ପାକିସ୍ତାନର ସିରିଜ ଏୟାର ଷ୍ଟ୍ରାଇକ

ଆଫଗାନିସ୍ତାନରେ ପାକିସ୍ତାନର ସିରିଜ ଏୟାର ଷ୍ଟ୍ରାଇକ । ଆଫଗାନର ପକଟିକାରେ ଏୟାର ଷ୍ଟ୍ରାଇକରେ ୧୫ ମୃତ, ଅନେକ ଆହତ । ମୃତକଙ୍କ ମଧ୍ୟରେ ଅଛନ୍ତି ମହିଳା ଓ ଶିଶୁ । ଗତରାତିରେ ୭ଟି ଗାଁକୁ ଟାର୍ଗେଟ କରି ଆକ୍ରମଣ ହୋଇଛି । ପାକିସ୍ତାନୀ ଜେଟରୁ ବୋମା ମାଡ଼ କରାଯାଇଥିବା କୁହାଯାଉଛି । ଏଥିରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ବର୍ମାଲରେ ମର୍ଗ ବଜାର କ୍ଷତିଗ୍ରସ୍ତ ହୋଇଛି । ଆଗକୁ ମଧ୍ୟ ମୃତ୍ୟୁ ସଂଖ୍ୟା ବଢିପାରେ । ଏହି ଆକ୍ରମଣକୁ ନେଇ ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିଛି । ଏୟାରଷ୍ଟ୍ରାଇକର କଡ଼ା ଜବାବ ଦିଆଯିବ ବୋଲି ତାଲିବାନର ପ୍ରତିରକ୍ଷା ମନ୍ତ୍ରାଳୟ ଚେତାବନୀ ଦେଇଛି ।