ଇସଲାମବାଦ: ପାକିସ୍ତାନ ରାଜନୀତି କୁ ନେଇ ଆମେରିକା ଭାରତ ନଜର ରଖିଛନ୍ତି । ଏହାରି ଭିତରେ ନୱାଜ ସରିଫ ଓ ପିପିପି ନେତା ବିଲାୱାଲ ଭୁଟ୍ଟୋଙ୍କ ମଧ୍ୟରେ ସରକାର ଗଠନ ଲାଗି ଚାଲିଛି ଆଲୋଚନା। ସେପଟେ ନିର୍ବାଚନରେ ଇମ୍ରାନ ଖାଁ ଙ୍କ ଦଳ ସଂଖ୍ୟା ଗରିଷ୍ଠତା ହାସଲ ନେଇ ଦାବି କରି ଆଜି ରାଜରାସ୍ତାରେ ଆନ୍ଦୋଳନ କରୁଛି । କାହାର ବିଜୟ ହୋଇଛି ସେ ନେଇ ସ୍ପଷ୍ଟ ଆସୁନାହିଁ । ଗତକାଲି ପିଏମଏଲ ଏକ ତୃତୀୟାଂଶ ଆସନରେ ବିଜୟୀ ହୋଇଛି ବୋଲି ସରିଫ ଦାବି କରିବା ସହ ସରକାର ଗଠନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଥିଲେ । କୁହାଯାଉଛି ପିଟିଆଇ ବର୍ତ୍ତମାନ ସୁଦ୍ଧା ୯୯ ଆସନରେ ବିଜୟୀ ହୋଇଛି । ପିଏମଏଲ-ଏନ ୭୧, ପିପିପି ୫୩, ଏମକ୍ଯୁଏମ ୧୭ ଆସନ ହାସଲ କରିଛନ୍ତି । ସେପଟେ ଆର୍ଟିଫିସିଆଲ ଇଣ୍ଟେଲିଜେନସ ବ୍ୟବହାର କରି ଇମ୍ରାନଙ୍କ ଏକ ଭିଡିଓ ବାର୍ତ୍ତା ପ୍ରସାରିତ ହୋଇଛି । ଏହି ବାର୍ତ୍ତାରେ ସରିଫଙ୍କ ଦାବିକୁ ଇମ୍ରାନ ଅଗ୍ରାହ୍ୟ କରିଛନ୍ତି । ବାର୍ତ୍ତାରେ ଇମ୍ରାନ କହିଛନ୍ତି- ନଓ୍ବାଜ ସରିଫଙ୍କ ଲଣ୍ଡନ ପ୍ଲାନ ଫେଲ୍ ମାରିଛି । ତେଣେ ପାକିସ୍ତାନର ନିର୍ବାଚନ ନିୟମ ଅନୁସାରେ ସ୍ବାଧୀନ ସଦସ୍ୟମାନେ ସରକାର ଗଠନ କରିପାରିବେ ନାହିଁ ବୋଲି ନିୟମ ଥିବାରୁ ସମସ୍ୟା ଅଧିକ ଘନୀଭୂତ ହୋଇଛି । ତେବେ କୌଣସି ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳ ସହ ମିଶି ସେମାନେ ସରକାର କରିପାରିବେ ।
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା