ପାକିସ୍ତାନ ସେନା ବେସ୍ କ୍ୟାମ୍ପରେ ବଡ଼ଧରଣର ବିସ୍ଫୋରଣ, ୨୪ ଜଣ ପାକିସ୍ତାନୀ ସୈନିକ ମୃତ
ପାକିସ୍ତାନ ସେନା ବେସ୍ କ୍ୟାମ୍ପରେ ବଡ଼ଧରଣର ବିସ୍ଫୋରଣ ହୋଇଛି । ୨୪ ଜଣ ପାକିସ୍ତାନୀ ସୈନିକଙ୍କ ଏଥିରେ ମୃତ୍ୟୁ ଘଟିଛି । ପାକିସ୍ତାନର ସୁରକ୍ଷା ବାହିନୀ ଉପରେ ପୁଣି ଥରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି । ଖାଇବର ପଖ୍ତୁନଖୱାର ଡେରା ଇସ୍ମାଇଲ ଖାଁ ଅଞ୍ଚଳରେ ଥିବା ସୁରକ୍ଷା ବାହିନୀର ଏକ ପୋଷ୍ଟ ଉପରେ ଆତଙ୍କବାଦୀମାନେ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୨୪ ଜଣ ଯବାନ ମୃତ୍ୟୁ ବରଣ କରିଛନ୍ତି। ଇଣ୍ଟର ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ ଅନୁଯାୟୀ, ଡିସେମ୍ବର ୧୨ ତାରିଖ ସକାଳେ ୬ ଜଣ ଆତଙ୍କବାଦୀ ସୁରକ୍ଷା ପୋଷ୍ଟ ଉପରେ ଆକ୍ରମଣ କରିଥିଲେ। ତେବେ ପାକ ସେନାର ପ୍ରବଳ ପ୍ରତିରୋଧ ଫଳରେ ପୋଷ୍ଟ ଭିତରକୁ ପ୍ରବେଶ ଉଦ୍ୟମକୁ ସଫଳ ଭାବେ ବିଫଳ କରାଯାଇଥିଲା । କିନ୍ତୁ ଏହା ପରେ ଆତଙ୍କବାଦୀମାନେ ଏକ ବିସ୍ଫୋରକ ବୋଝେଇ ଗାଡ଼ିକୁ ପୋଷ୍ଟ ଭିତରକୁ ପ୍ରବେଶ କରାଇ ଆତ୍ମଘାତୀ ବିସ୍ଫୋରଣ କରିଥିଲେ ।