ଚୀନ୍ର ସତର୍କତାକୁ ବେଖାତିର କରିଛି ଆମେରିକା । ମଙ୍ଗଳବାର ସନ୍ଧ୍ୟାରେ ଆମେରିକା ସଂସଦର ବାଚସ୍ପତି ନେନ୍ସି ପିଲୋସି ତାଇୱାନ୍ରେ ଅବତରଣ କରିଛନ୍ତି। ଫଲରେ ବିଶ୍ବର ଦୁଇ ମହାଶକ୍ତି ଚୀନ୍ ଓ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି।
ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ଚୀନ୍ ବୈଦେଶିକ ମନ୍ତ୍ରାଳୟ କହିଛି, ଚୀନ୍କୁ ଦମନ କରିବା ଲାଗି ‘ତାଇୱାନ୍ କାର୍ଡ’ ଖେଳିବା ବନ୍ଦ କର। ତାଇୱାନ୍ ସମସ୍ୟା ଚୀନ୍ର ଏକାନ୍ତ ନିଜସ୍ବ ଅଭ୍ୟନ୍ତରୀଣ ବ୍ୟାପାର। ସେଥିରେ ଅନ୍ୟ ଦେଶ ବିଚାରକ ଭାବେ କାର୍ଯ୍ୟ କରିବାର ଅଧିକାର ନାହିଁ।
ସେହିପରି, ଆଜି ଉତ୍ତର କୋରିଆ ମଧ୍ୟ ପିଲୋସିଙ୍କ ତାଇୱାନ୍ ଗସ୍ତ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି କହିଛି ଯେ, ଚୀନ୍ର ଅଭ୍ୟନ୍ତରୀଣ ବ୍ୟାପାରରରେ ଏହା ଯୁକ୍ତରାଷ୍ଟ୍ର ଆମେରିକାର ‘ନିର୍ବୋଧ ହସ୍ତକ୍ଷେପ’। ଏହାକୁ ସେମାନେ ତୀବ୍ର ନିନ୍ଦା କରୁଛନ୍ତି। ବାଚସ୍ପତି ନେନ୍ସି ପିଲୋସିଙ୍କ ଗସ୍ତ ଦିନ ତାଇୱାନ୍ର ‘ଏୟାର୍ ଡିଫେନ୍ସ୍ ଆଇଡେଣ୍ଟିଫିକେସନ୍ ଜୋନ୍’ (ଏଡିଆଇଜେଡ୍) ମଧ୍ୟକୁ ଅନ୍ୟୁନ ୨୧ଟି ଚୀନା ଲଢୁଆ ବିମାନ ପ୍ରବେଶ କରିଥିଲା । ଆମେରିକା ସେନା ର ଲଢ଼ୁଆ ବିମାନ ପିଲୋସିଙ୍କୁ ସୁରକ୍ଷା ଦେବାକୁ ମଧ୍ୟ ନିୟୋଜିତ ହୋଇଥିଲା ।