ମୋଦିଙ୍କୁ ମିଳିଲା କୁଏତର ସର୍ବୋଚ୍ଚ ସମ୍ମାନ
କୁଏତ ଗସ୍ତର ଶେଷ ଦିନ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାୟନ ପ୍ୟାଲେସରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। କୁଏତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ, ଅର୍ଡର ଅଫ ମୁବାରକ ଅଲ କବୀର’ ସହିତ ସମ୍ମାନିତ କରିଛନ୍ତି। କୁଏତରେ ବାୟନ ପ୍ୟାଲେସ ଶକ୍ତିର ପ୍ରତୀକ ଏବଂ ଅନେକ ଦେଶର ଦୂତାବାସ ମଧ୍ୟ ଏଠାରେ ଅବସ୍ଥିତ। କୌଣସି ଦେଶ ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହା ହେଉଛି ୨୦ତମ ଆନ୍ତର୍ଜାତୀୟ ସମ୍ମାନ । ଏହି ଅର୍ଡର ବନ୍ଧୁତ୍ୱର ପ୍ରତୀକ ଭାବରେ ରାଷ୍ଟ୍ରାଧ୍ୟକ୍ଷ, ବିଦେଶୀ ସାର୍ବଭୌମ ତଥା ବିଦେଶୀ ରାଜ ପରିବାରର ସଦସ୍ୟମାନଙ୍କୁ ପ୍ରଦାନ କରାଯାଇଥାଏ। ଏହା ପୂର୍ବରୁ ବିଲ କ୍ଲିଣ୍ଟନ, ପ୍ରିନ୍ସ ଚାଲର୍ସ ଏବଂ ଜର୍ଜ ବୁଶଙ୍କ ପରି ବିଦେଶୀ ନେତାମାନଙ୍କୁ ଦିଆଯାଇଥିଲା।