ଗାଜା ହସ୍ପିଟାଲ ଉପରେ ହୋଇଥିବା ଆକ୍ରମଣ ପଛରେ ନାହିଁ ଇସ୍ରାଏଲର ହାତ

ଇସ୍ରାଏଲ୍‌ ପ୍ରତି ସମର୍ଥନ ବ୍ୟକ୍ତ କରିବା ଲାଗି ଆଜି ରାଷ୍ଟ୍ରପତି ବାଇଡେନ୍‌ ଇସ୍ରାଏଲ୍‌ ଗସ୍ତରେ ଆସି ଗାଜା ହସ୍ପିଟାଲ ଉପରେ ହୋଇଥିବା ଆକ୍ରମଣ ପଛରେ  ଇସ୍ରାଏଲର ହାତନାହିଁ ବୋଲି କହିଛନ୍ତି । ତେଲ୍‌ ଅଭିଭ୍‌ ଅଭିମୁଖେ ଆସିବା ବାଟରେ ରାଷ୍ଟ୍ରପତି ବାଇଡେନ୍‌ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ସହିତ କଥାବାର୍ତ୍ତା କରିଛନ୍ତି। ଡାକ୍ତରଖାନା ଉପରେ ହୋଇଥିବା ଆକ୍ରମଣଜନିତ ଜୀବନହାନି ସଂକ୍ରାନ୍ତରେ ମଧ୍ୟ ତାଙ୍କ (ବାଇଡେନ୍‌) ଜାତୀୟ ସୁରକ୍ଷା ଟିମ୍‌ ତାଙ୍କୁ ସଂ‌କ୍ଷେପରେ ସବୁକଥା ଅବଗତ କରାଇଛନ୍ତି।  ମଙ୍ଗଳବାର ରାତିରେ ଗାଜା ନଗରୀରେ ଥିବା ଡାକ୍ତରଖାନାରେ ବିସ୍ଫୋରଣ ଯୋଗୁଁ ଅନ୍ୟୂନ ୫୦୦ ଲୋକ ମରିଥିବା ବ‌େଳେ ଅସଂଖ୍ୟ ଆହତ ହୋଇଛନ୍ତି। ଇସ୍ରାଏଲ୍‌ ବିମାନ ଆକ୍ରମଣ ଏହି ବିସ୍ଫୋରଣର କାରଣ ବୋଲି ହମାସ୍‌ ଦାବି କରୁଥିବା ବ‌େଳେ ଏଥିପାଇଁ ତେଲ୍‌ ଅଭିଭ୍‌ ପାଲେଷ୍ଟିନୀୟ ଆତଙ୍କବାସୀ ସଙ୍ଗଠନକୁ  ଦାୟୀ କରିଛି।