ଗାଜାରେ ଭୁଶୁଡୁଛି ଆତଙ୍କୀ ସଂଗଠନ ହମାସର ଗଡ଼

ଗାଜା: ଗାଜାରେ ଭୁଶୁଡୁଛି ଆତଙ୍କୀ ସଂଗଠନ ହମାସର ଗଡ଼। ଉତ୍ତର ଗାଜାରେ ହମାସର ଗାଜାରେ ଭୁଶୁଡୁଛି ଆତଙ୍କବାଦୀ ସଂଗଠନ ହମାସର ଗଡ଼ ଶିବିରକୁ ଛାରଖାର କରି ଦେଇଛି ଇସ୍ରାଏଲ ସେନା। ଇସ୍ରାଏଲ-ଗାଜା ଯୁଦ୍ଧକୁ ୩ ମାସ ପୁରିଛି। ଏବେ ଦକ୍ଷିଣ ଏବଂ କେନ୍ଦ୍ରରେ ଥିବା ଆତଙ୍କୀକୁ ନାଶ କରିବାକୁ ରଣନୀତି ପ୍ରସ୍ତୁତ କରୁଛି ଇସ୍ରାଏଲ। ଉତ୍ତର ଗାଜା ଅଞ୍ଚଳରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଏଠାରେ କିଛି ଆତଙ୍କୀ ବିନା କମାଣ୍ଡରଙ୍କ ନେତୃତ୍ବରେ ହିଂସାକାଣ୍ଡ ଘଟାଉଛନ୍ତି। ଉତ୍ତର ଗାଜାରେ ଥିବା ହମାସର ଠିକଣାକୁ ପୁରା ନଷ୍ଟ କରି ଦେଇଥିବା ଦାବି କରିଛି ଇସ୍ରାଏଲ। ଉତ୍ତର ଗାଜାରେ ପାଖାପାଖି ୮ ହଜାର ଆତଙ୍କୀ ନିପାତ କରିଛି ଇସ୍ରାଏଲ ସେନା ।