ଲେବାନନ ଉପରେ ଇସ୍ରାଏଲର ରକେଟ୍‌ ମାଡ଼

ଥମୁନି ଇସ୍ରାଏଲ-ଇରାନ ଯୁଦ୍ଧ। ଲେବାନନ ଉପରେ ଇସ୍ରାଏଲ ଘନଘନ ରକେଟ୍‌ ମାଡ଼ କରିଛି। ବେରୁଟର ଏକ ଜନବସତି କୋଠା ଉପରେ ରକେଟ ମାଡ଼ କରିବାରୁ ୨୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶତାଧିକ ଆହତ ହୋଇଥିବା ସୂଚନାରୁ ଜଣାପଡ଼ିଛି। ବିନା ସତର୍କ ସୂଚନା ଦେଇ ୨ଟି କୋଠା ଉପରେ ଏୟାରଷ୍ଟ୍ରାଇକ୍‌ କରିଛି। ହେଜବୋଲ୍ଲା ଆତଙ୍କବାଦୀ ଲୁଚିଥିବା ଆଶଙ୍କାରେ ଇସ୍ରାଏଲ ରକେଟ୍‌ ମାଡ଼ କରିଛି।

ଲେବାନନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗୁରୁବାର ରାତିରେ ଲେବାନାନର ରାଜଧାନୀ ଉପରେ ଇସ୍ରାଏଲର ଆକ୍ରମଣରେ ଅତି କମରେ ୨୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧୭ ଜଣ ଆହତ ହୋଇଛନ୍ତି।

ଲେବାନନ୍‌ ସୁରକ୍ଷା ସୂତ୍ର ଅନୁଯାୟୀ, ଉପର ବସ୍ତା ପଡ଼ିଆରେ ବାସିନ୍ଦା ଏବଂ ସମ୍ପ୍ରତି ବିସ୍ଥାପିତ ଲୋକ ଏକାଠି ହୋଇଥିବାବେଳେ ଏକ ବହୁ ମହଲା କୋଠାକୁ ଧକ୍କା ଦେଇଥିଲା। ଦୁଇ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ସେମାନେ କୋଠାଟି ଧକ୍କା ହେବା ପରେ ଭୁଶୁଡ଼ି ପଡ଼ିଥିବାର ଦେଖିଛନ୍ତି। ବୋମାମାଡ ହୋଇଛି। ଏବଂ ପୂରା କୋଠାଟି ଖସିପଡିଥିଲା ବୋଲି ହାସନ ନାମକ ଜଣେ ପ୍ରତ୍ୟକ୍ଷଦର୍ଶୀୟ କହିଛନ୍ତି।