ଇରାନ୍ ଉପରେ ବୋମା ବର୍ଷା କଲା ଇସ୍ରାଏଲ

 

ଇସ୍ରାଏଲ୍ ନେଇଛି ପ୍ରତିଶୋଧ  ।  ତେହେରାନ ଉପରେ କରିଛି ବୋମାମାଡ଼ । ୨୪ ଦିନ ପରେ ଏୟାର ଷ୍ଟ୍ରାଇକ୍ କରି ପ୍ରତିଶୋଧ ନେଇଛି ଇସ୍ରାଏଲ ଡିଫେନ୍ସ ଫୋର୍ସ । ଇରାନ ଉପରେ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ ସେନା । ପ୍ରତିଶୋଧ ନେବାକୁ ଇସ୍ରାଏଲ ପକ୍ଷରୁ କରାଯାଇଛି ବଡ଼ ଧରଣର ଆକ୍ରମଣ । ତେବେ ଏହି ଆକ୍ରମଣ ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ସଂଭାବନାକୁ ବଢ଼ାଇ ଦେଇଛି । ଏହା ପରେ ଇରାନ କଣ କରୁଛି ତାକୁ ଅପେକ୍ଷା ରହିଛି । କାରଣ  ହିଜବୁଲ୍ଲା ମୁଖ୍ୟ ହସନ ନସରୁଲ୍ଲାର ମୃତ୍ୟୁ ପରେ  ଇରାନ ପ୍ରତିଶୋଧ ନେବା ପାଇଁ ଇସ୍ରାଏଲ ଉପରେ ଶହ ଶହ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା । ଏବେ  ସିଧା ସଳଖ ଇରାନ ସାମରିକ ଘାଟି ଉପରେ ଇସ୍ରାଏଲ ଆକ୍ରମଣ କରିଥିବାରୁ ଇରାନ ଚୁପ ବସିବ ନାହିଁ ।

ଅନେକ ଦିନରୁ ଆଲୋଚନା ହେଉଥିଲା ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିବ । ତେବେ ଆଜି  ଆକ୍ରମଣର ୨୪ ଦିନ ପରେ ଏହି ଆକ୍ରମଣର ପ୍ରତିଶୋଧ ନେଇଛି ଆଇଡିଏଫ  । ଇରାନର ରାଜଧାନୀ ତେହେରାନରେ ଗତକାଲି ରାତିରେ ୫ଟି ସ୍ଥାନରେ ହୋଇଛି ବଡ଼ ଧରଣର ବିସ୍ଫୋରଣ  । ଇରାନର ସାମରିକ ବେସକୁ ମଧ୍ୟ ଟାର୍ଗେଟ କରିଛି ଇସ୍ରାଏଲ । ଇରାନର କ୍ରମାଗତ ଆକ୍ରମଣର ଜବାବ ଦେଇଛି ଇସ୍ରାଏଲ । ପ୍ରତିରକ୍ଷା ବାହିନୀ ଇରାନର ସାମରିକ ଟାର୍ଗେଟ ଉପରେ ଆକ୍ରମଣ କରୁଛି ବୋଲି ଆଇଡିଏଫ୍ କହିଛି । ଆକ୍ରମଣରେ ଇରାନର କେତେ ପରିମାଣର କ୍ଷୟକ୍ଷତି ହୋଇଛି ତାର ରିପୋର୍ଟ ସାମ୍ନାକୁ ଆସିନାହିଁ ।