ଭୂତଳ ଟାର୍ଗେଟ୍ ଉପରେ ଆକ୍ରମଣ ବହୁସଂଖ୍ୟାରେ ହମାସ୍ ଆତଙ୍କବାଦୀ ନିହତ
ଗାଜା : ଗାଜାରେ ଜୋରଦାର ଆକ୍ରମଣ କରୁଛି ଇସ୍ରାଏଲ ସେନା । ମାଟି ତଳେ ଥିବା ଟନେଲରେ ଆକ୍ରମଣ କରିବା ସହ ବହୁସଂଖ୍ୟାରେ ହମାସ୍ ଆତଙ୍କବାଦୀ ନିହତ ହୋଇଥିବା ଇସ୍ରାଏଲ ସେନା କହିଛି । ଗାଜାରେ ଇସ୍ରାଏଲ ସ୍ଥଳ ଅଭିଯାନକୁ ଜୋରଦାର କରିବା ସହ ଏବେ ନିର୍ଣ୍ଣାୟକ ଲଢ଼େଇରେ ଅବତୀର୍ଣ୍ଣ ହୋଇଛି। ଉତ୍ତର ଗାଜାରେ ବିମାନ ଆକ୍ରମଣ ଅଭିଯାନ ଜାରି ରଖିବା ସହ ସେଠାରୁ ଲୋକଙ୍କୁ ଦକ୍ଷିଣ ଗାଜାକୁ ଚାଲିଯିବା ପାଇଁ କହିଛି ଇସ୍ରାଏଲ । ହମାସ ଆତଙ୍କବାଦୀଙ୍କ ଆଡ୍ଡା ଉତ୍ତର ଗାଜା ହୋଇଥିବାରୁ ଏହି ଅଞ୍ଚଳକୁ ଅଧିକ ଆକ୍ରମଣ କରୁଛି ଇସ୍ରାଏଲ ସେନା । ଅନ୍ୟପକ୍ଷେ ହମାସ ଆତଙ୍କବାଦୀ ଗୋଷ୍ଠୀ ମାନେ ଇସ୍ରାଏଲ ଆକ୍ରମଣର ପୂର୍ଣ୍ଣ କ୍ଷମତାରେ ଜବାବ ଦେବେ ବୋଲି କହିଛନ୍ତି। ଗାଜା ଷ୍ଟ୍ରିପ୍ରେ ଇସ୍ରାଏଲୀ ଟ୍ୟାଙ୍କ୍ରୁ ଅନବରତ ଗୁଳିମାଡ଼ ହେଉଛି। ଗତ କିଛିଦିନ ଧରି ଗାଜାରେ ଯେଉଁ ଆକ୍ରମଣ ଜାରି ରହିଥିଲା ତାହା ଅତି ତୀବ୍ର ରୂପ ନେଇଛି। ଇସ୍ରାଏଲ ସ୍ଥଳ ବାହିନୀ ରାତିରେ ଗାଜାରେ ସେମାନଙ୍କ ଅପରେସନ୍ ବ୍ୟାପକ କରିଛନ୍ତି