ଇରାନ ଉପରେ ୧୦୦ରୁ ଅଧିକ ମିସାଇଲ ମାଡ କଲା ଇସ୍ରାଏଲ
ଇରାନ ଉପରେ ବଡ଼ ଧରଣର ଆକ୍ରମଣ କରିଛି ଇସ୍ରାଏଲ। ଚଳିତମାସ ୧ ତାରିଖରେ ଇରାନ କରିଥିବା ବଡ଼ କ୍ଷେପଣାସ୍ତ୍ର ଆକ୍ରମଣର ଜବାବ ଦେଇଛି ଇସ୍ରାଏଲ ପ୍ରତିରକ୍ଷା ବାହିନୀ । କେବଳ ସେତିକି ନୁହେଁ, କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ପାଇଁ ନାଗରିକମାନେ ସତର୍କ ରହିବା ପାଇଁ ଆଇଡିଏଫ୍ ପରାମର୍ଶ ଦେଇଛି। ଇସ୍ରାଏଲର ଆକ୍ରମଣରେ ଇରାନର ୨ ସୈନିକଙ୍କର ମୃତ୍ୟୁ ହୋଇଛି। ଇରାନର କ୍ଷେପଣାସ୍ତ୍ର ନିର୍ମାଣ କେନ୍ଦ୍ର, କ୍ଷେପଣାସ୍ତ୍ର ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ଉପରେ ଇସ୍ରାଏଲ ଆକ୍ରମଣ କରିଛି। ଯଦି ଇରାନ ପ୍ରତିଆକ୍ରମଣ କରେ ତା’ହେଲେ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଇସ୍ରାଏଲ ଚେତାବନୀ ଦେଇଛି। ଆମେରିକା ମଧ୍ୟ ଦୁଇ ରାଷ୍ଟ୍ରକୁ ଯୁଦ୍ଧ ବନ୍ଦ ପାଇଁ ପରାମର୍ଶ ଦେଇଛି। ଯଦି ଏହାର ଜବାବ ଦେବାକୁ ଇରାନ ପ୍ରୟାସ କରେ ତାହେଲେ ଏହାର ଚରମ ପରିମାଣ ଭୋଗିବ ବୋଲି ଆମେରିକା ଚେତାଇ ଦେଇଛି। ଇରାନ ସମେତ ସିରିୟା ରାଜଧାନୀ ଦାମାସକସ ଏବଂ କେତେକ ସାମରିକ ଘାଟି ଉପରେ ମଧ୍ୟ ଇସ୍ରାଏଲ ଆଜି ଆକ୍ରମଣ କରିଛି। ଇରାନ ଉପରେ ଆକ୍ରମଣ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ବରିଷ୍ଠ ଅଧିକାରୀମାନଙ୍କ ସହ ସୁରକ୍ଷା ସ୍ଥିତିର ସମୀକ୍ଷା କରିଛନ୍ତି |