ଜାତିସଂଘ ଅଧିକାରୀଙ୍କ ଭିସା ବନ୍ଦ କରିବ ଇସ୍ରାଏଲ
ଅକ୍ଟୋବର ୭ରେ ହୋଇଥିବା ହମାସ ଆକ୍ରମଣକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ଜାତିସଂଘ ମୁଖ୍ୟ । ଏହି ଆକ୍ରମଣର କାରଣ ରହିଛି । ଶୂନ୍ୟରେ ହୋଇଯାଇନାହିଁ ବୋଲି ଗୁଟେରସ କହିଥିବାବେଳେ ଇସ୍ରାଏଲ ଏହାକୁ କଡ଼ା ନିନ୍ଦା କରିଛି। ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ ଇସ୍ରାଏଲ-ହମାସ ଯୁଦ୍ଧ ପ୍ରସଙ୍ଗରେ ଦେଇଥିବା ଟିପ୍ପଣୀକୁ ଇସ୍ରାଏଲୀ କର୍ତ୍ତୃପକ୍ଷ ଅତ୍ୟନ୍ତ ଗମ୍ଭୀରାତାର ସହ ଗ୍ରହଣ କରିଛନ୍ତି। ଇସ୍ରାଏଲ ଜାତିସଂଘ ଅଧିକାରୀଙ୍କୁ ଭିସା ବନ୍ଦ କରିବ ବୋଲି କହିଛି। ଜାତିସଂଘକୁ ଇସ୍ରାଏଲର ପ୍ରତିନିଧି ଗିଲାଡ଼ ଏର୍ଡାନ ଇସ୍ରାଏଲୀ କହିଛନ୍ତି ଜାତିସଂଘ ମୁଖ୍ୟ ଇସ୍ତଫା ଦେବା ଉଚିତ । ଗୁଟେରସଙ୍କ ଟିପ୍ପଣୀ ପରେ ଇସ୍ରାଏଲ ଜାତିସଂଘ ଅଧିକାରୀଙ୍କ ଭିସା ବନ୍ଦ କରିବ ବୋଲି ନିଷ୍ପତ୍ତି ନେଇଛି। ଇସ୍ରାଏଲ-ହମାସ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେଉଥିବାବେଳେ ଇସ୍ରାଏଲ ବିଦେଶ ମନ୍ତ୍ରୀ ଏଲି ହମାସ ଆତଙ୍କବାଦୀଙ୍କୁ ଶେଷ କରିଦେବାପାଇଁ ପ୍ରତିଜ୍ଞା କରିଛନ୍ତି। ଅନ୍ୟପକ୍ଷେ ପାଲେଷ୍ଟିନୀୟ ବିଦେଶ ମନ୍ତ୍ରୀ କହିଛନ୍ତି, ରକ୍ତପାତ ବନ୍ଦ କରିବା ଏକ ମିଳିତ ଦାୟିତ୍ବ। ଏକ ରିପୋର୍ଟ ଅନୁଯାୟୀ ଜାତିସଂଘରେ ଏକ ଉଚ୍ଚସ୍ତରୀୟ ବୈଠକରେ ଜାତିସଂଘ ମୁଖ୍ୟ ଗାଜାରେ ଅସ୍ତ୍ରବିରତି କଥା କହିଥିବାବେଳେ ଇସ୍ରାଏଲ ଏହାକୁ ପ୍ରତ୍ୟାଖ୍ୟାନ କରିଛି।