ବୋମାମାଡ଼ ବନ୍ଦ କଲେ ଇସ୍ରାଏଲର ପଣବନ୍ଦୀମାନଙ୍କୁ ମୁକ୍ତ କରିବାକୁ ହମାସ ପ୍ରସ୍ତୁତ
ବୋମାମାଡ଼ ବନ୍ଦ କଲେ ଇସ୍ରାଏଲର ପଣବନ୍ଦୀମାନଙ୍କୁ ମୁକ୍ତ କରିବାକୁ ହମାସ ପ୍ରସ୍ତୁତ । ଦୁଇଶହ ଇସ୍ରାଏଲ ନାଗରିକଙ୍କୁ ହମାସ ଆତଙ୍କବାଦୀମାନେ ପଣବନ୍ଦି କରି ରଖିଛନ୍ତି । ଯଦି ଇସ୍ରାଏଲ ଏୟାର ଷ୍ଟ୍ରାଇକ୍ ବନ୍ଦ କରେ ତେବେ ହମାସ ଇସ୍ରାଏଲୀ ପଣବନ୍ଦୀମାନଙ୍କୁ ମୁକ୍ତ କରିବାକୁ ପ୍ରସ୍ତୁତ ବୋଲି ଇରାନ କହିଛି। ଇରାନର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଯଦି ଇସ୍ରାଏଲ ଗାଜା ଉପତ୍ୟକା ଉପରେ ଟାର୍ଗେଟ ଏୟାର ଷ୍ଟ୍ରାଇକ୍ ବନ୍ଦ କରେ ତେବେ ହାମାସ ୨୦୦ ବନ୍ଧକଙ୍କୁ ମୁକ୍ତ କରିବାକୁ ପ୍ରସ୍ତୁତ ଅଛି । ଅକ୍ଟୋବର ୭ ତାରିଖରେ ହମାସ ହଠାତ୍ ଇସ୍ରାଏଲ ଉପରେ ଆକ୍ରମଣ କରି ଏହାର ଅନେକ ନାଗରିକଙ୍କୁ ବନ୍ଧକ କରି ଗାଜାକୁ ଆଣି ସେମାନଙ୍କୁ ବନ୍ଦୀ କରି ରଖିଛି । ତେବେ ଇସ୍ରାଏଲ ଏପରି ସର୍ତ୍ତର ଉତ୍ତର ଦେଇନାହିଁ । ବିନା ସର୍ତ୍ତରେ ଛାଡିବାକୁ ଇସ୍ରାଏଲ କହିଛି ।