ଇରାନରେ ପୁଣି ୮ ଜଣ ବିକ୍ଷୋଭକାରୀ ପ୍ରାଣ ହରାଇଲେ
ଇରାନରେ ହିଜାବ ବିରୋଧୀ ଆନ୍ଦୋଳନ ଥମୁନଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ପୁଣି ଆଠ ଜଣଙ୍କ ପ୍ରାଣ ଯାଇଛି। ହିଜାବ ନ ପିନ୍ଧି ପୁଲିସ୍ ଦ୍ୱାରା ଗିରଫ ପରେ ନିର୍ୟାତନା ଯୋଗୁ ପ୍ରାଣ ହରାଇଥିବା ୨୨ ବର୍ଷୀୟ ଯୁବତୀ ମହସା ଆମିନୀଙ୍କ ହୋମ ଟାଉନରେ ଆନ୍ଦୋଳନ କରୁଥିବା ଲୋକଙ୍କ ଉପରକୁ ସୁରକ୍ଷାକର୍ମୀମାନେ ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ୮ ଜଣ ବିକ୍ଷୋଭକାରୀ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏହାକୁ ନେଇ ଇରାନ ଉପରେ ସାରା ବିଶ୍ବରୁ ଚାପ ପଡୁଥିବା ବେଳେ ଇରାନ କିନ୍ତୁ ଚୁପ ରହିଛି । ସେଠାକାର ମୋରାଲ ପୋଲିସ ସାଧାରଣ ଜନତାଙ୍କ ଉପରେ ଦମନଲୀଳା ଚଳାଇଛି ।
ହିଜାବ ବିରୋଧରେ ଆନ୍ଦୋଳନ କରୁଥିବା ଲୋକଙ୍କ ଉପରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ ଯୋଗୁ ୮ ଜଣଙ୍କ ଜୀବନ ଯାଇଛି। ସୁରକ୍ଷାକର୍ମୀଙ୍କ ଏପରି ପଦକ୍ଷେପକୁ ଆମେରିକା ପକ୍ଷରୁ ନିନ୍ଦା କରାଯାଇଛି । ଇରାନ ଏଭଳି ଆନ୍ଦୋଳନକୁ ଆମେରିକା ସାହାର୍ଯ୍ୟ କରୁଥିବା କହୁଛନ୍ତି ।