ବଦଳିଲେ ପ୍ରଧାନମନ୍ତ୍ରୀ, ନୂଆ ଗୃହ ସଚିବ ହେଲେ ଭାରତୀୟ ବଂଶୋଦ୍ଭୋବ
ଇଂଲଣ୍ଡ୍ର ନୂତନ ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ପରେ ଗୃହ ସଚିବ ଭାବେ ଭାରତୀୟ ବଂଶୋଦ୍ଭବା ବାରିଷ୍ଟର୍ ସୁଏଲା ବ୍ରେଭର୍ମ୍ୟାନ୍ଙ୍କୁ ନିଯୁକ୍ତ କରାଯାଇଛି। ତାଙ୍କ ପୂର୍ବରୁ ମଧ୍ୟ ଉପରୋକ୍ତ ପଦବୀରେ ଥିଲେ ପ୍ରୀତି ପଟେଲ୍ ନାମ୍ନୀ ଆଉ ଜଣେ ଭାରତୀୟ ବଂଶୋଦ୍ଭବା।
ଏହା ପୂର୍ବରୁ ‘କଞ୍ଜର୍ଭେଟିଭ୍ ପାର୍ଟି’ର ସଦସ୍ୟା ତଥା ଇଂଲଣ୍ଡ୍ର ଦକ୍ଷିଣ-ପୂର୍ବ ପ୍ରାନ୍ତରେ ଥିବା ଫେର୍ହମ୍ର ପାର୍ଲାମେଣ୍ଟ୍ ସଦସ୍ୟା ୪୨ ବର୍ଷୀୟ ବ୍ରେଭର୍ମ୍ୟାନ୍ ବୋରିସ୍ ଜନ୍ସନ୍ଙ୍କ ନେତୃତ୍ବାଧୀନ ସରକାରରେ ଆଟର୍ଣ୍ଣି ଜେନେରାଲ୍ ରୂପେ କାର୍ଯ୍ୟ କରୁଥିଲେ।