ଇସ୍ରାଏଲରୁ ଉଦ୍ଧାର ହେବେ ଫସିଥିବା ଭାରତୀୟ
ଇସ୍ରାଏଲରେ ଫଶି ରହିଥିବା ଭାରତୀୟମାନଙ୍କୁ ଭାରତ ଫେରାଇ ଆଣିବାପାଇଁ ଭାରତ ସରକାର ଆରମ୍ଭ କଲେ ଅପରେସନ ଅଜୟ । ଖୁବଶୀଘ୍ର ସେଠାରେ ଫସିରହିଥିବା ଭାରତୀୟ ସ୍ବଦେଶ ଫେରିବା ପାଇଁ ନିଷ୍ପତ୍ତି ହୋଇଛି । ସ୍ବଦେଶ ଫେରିଯିବାକୁ ଭାରତୀୟ ଦୂତାବାସରେ ନାମ ପଞ୍ଜିକରଣ କରିଥିବା ଭାରତୀୟମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଇସ୍ରାଏଲୀୟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ। ତେଲ୍ ଅଭିଭ୍ରୁ ଦିଲ୍ଲୀକୁ ଚାର୍ଟଡ୍ ବିମାନ ଚଳାଚଳ କରିବ । ଆଜି ରାତି ୯ଟା ବେଳେ ବେନ୍ ଗୁରିଅନ୍ ବିମାନ ବନ୍ଦରରୁ ଏହି ବିମାନ ଉଡ଼ାଣ ଆରମ୍ଭ କରିବ। ଇସ୍ରାଏଲ୍ରେ ଆତଙ୍କିତ ଅବସ୍ଥାରେ ଥିବା ଭାରତୀୟମାନଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଆରମ୍ଭ ହୋଇଥିବା ‘ଅପରେସନ୍ ଅଜୟ’ରେ ଆଜି ରାତିରେ ତେଲ୍ ଆଭିଭ୍ ଅନ୍ତର୍ଗତ ବେନ୍ ଗୁରିଅନ୍ ବିମାନ ବନ୍ଦରରୁ ପ୍ରଥମ ବିମାନ ଉଡ଼ାଣ ଆରମ୍ଭ କରିବ ବୋଲି ଜଣାପଡିଛି। ଇସ୍ରାଏଲ ସରକାର ସେଠାକାର ଲୋକଙ୍କୁ ସତର୍କ ରହିବାକୁ କହିବା ସହ ବାହାରକୁ ନବାହାରିବା ପାଇଁ ନିର୍ଦେଶ ଦେଇଛନ୍ତି । ଗୋଟେ ପଟେ ବିଦେଶୀ ନାଗରିକମାନେ ଇସ୍ରାଏଲ ଛାଡିବା ଅପେକ୍ଷାରେ ଥିବା ବେଳେ ଇସ୍ରାଏଲ ସେନା ଗାଜା ଦଖଲ ପାଇଁ ନିଜର ହମଲାକୁ ଜୋରଦାର କରିଛି । ଆତଙ୍କବାଦୀମାନଙ୍କ ଲୋମହର୍ଷକ ଘଟଣାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନିନ୍ଦା କରିଥିବା ବେଳେ ଏବେ ବିଶ୍ବ ଦୁଇଭାଗ ହୋଇଛି । ଗାଜା ସୀମାରେ ପ୍ରାୟ 3 ଲକ୍ଷ ସୈନିକଙ୍କୁ ଇସ୍ରାଏଲ ଠୁଳ କରିଥିବାବେଳେ ଇସ୍ରାଏଲୀ ଶରଣାର୍ଥୀଙ୍କୁ ଆଶ୍ରୟ ଦେବାକୁ ମନା କରିଛି ଇଜିପ୍ଟ ।