ଭାରତ-କାନାଡା ବାଣିଜ୍ୟ ସମ୍ପର୍କରେ ତିକ୍ତତା

ଖଲିସ୍ତାନୀ ବିଚ୍ଛିନ୍ନବାଦୀ ନେତାଙ୍କ ହତ୍ୟାକୁ ନେଇ ଭାରତ-କାନାଡା ବ୍ୟବସାୟରେ ପ୍ରଭାବ ପଡ଼ିବ । କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୁ ଖଲିସ୍ତାନକୁ ସମର୍ଥନ କରି କହିବା ପରେ ଭାରତ ଓ କାନାଡା ସମ୍ପର୍କରେ ତିକ୍ତତା‌ ସୃଷ୍ଟି ହୋଇଛି। ଦୁଇ ଦେଶ ମଧ୍ୟରେ ଯଦି ଉତ୍ତେଜନା ଆଗକୁ ବଢ଼ିବ ଓ ବାଣିଜ୍ୟ କାରବାର ଉପରେ କଟକଣା ଲାଗିବା ଭଳି ସ୍ଥିତି ଉପୁଜିବ ତେବେ ଉଭୟ ଦେଶକୁ ସେଥିପାଇଁ ବହୁ ମୂଲ୍ୟ ଦେବାକୁ ପଡ଼ିବ। ବାଣିଜ୍ୟ କାରବାର ଦୃଷ୍ଟିରୁ ଭାରତ କ୍ଷତି ସହିବ । କାନାଡ଼ା ବି କ୍ଷତି ସହିବ ।  ଭାରତ-କାନାଡା ଦ୍ବିପାକ୍ଷିକ କାରବାର ୮୦୦ କୋଟି ଡଲାର ରହିଛି। କାନାଡାକୁ ଭାରତ ୪୦୦ କୋଟି ଡଲାରର ସାମଗ୍ରୀ ରପ୍ତାନି କରିଥିବା ବେଳେ ସମାନ ମୂଲ୍ୟର ସାମଗ୍ରୀ କାନାଡାରୁ ଆମଦାନି କରିଛି।କାନାଡାରୁ ଭାରତ ଡାଲି, କୋଇଲା, କୋକ୍, ସାର ଭଳି ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ମଗାଉଛି। ସେହି ସମୟରେ କାନାଡାକୁ କଞ୍ଜ୍ୟୁମର ଗୁଡ୍‌ସ, ପୋଷାକ, ଗାଡ଼ି ଯନ୍ତ୍ରାଂଶ, ବିମାନ ଉପକରଣ ଏବଂ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଆଦି ପଠାଉଛି।