ଇମ୍ରାନ ଖାନ୍‌ଙ୍କ ଗିରଫଦାରୀ ପରେ ପାକିସ୍ତାନରେ ଜଳୁଛି ନିଆଁ

ଇସଲାମାବାଦ: ଇମ୍ରାନ ଖାନ୍‌ଙ୍କ ଗିରଫଦାରୀ ପରେ ପାକିସ୍ତାନରେ ପ୍ରବଳ ଉତ୍ତେଜନା । ଇମ୍ରାନଙ୍କ ସମର୍ଥକମାନେ ହିଂସାକାଣ୍ଡ ଘଟାଉଛନ୍ତି । ବିଭିନ୍ନ ସ୍ଥାନରେ ଇମ୍ରାନଙ୍କ ସମର୍ଥକଙ୍କ ଦ୍ବାରା ପୋଡ଼ାଜଳା ଓ ହିଂସା ପାଇଁ ସାଧାରଣ ଲୋକଙ୍କ ଜୀବନ ଯାଉଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଘର ଉପରକୁ ବି ଆକ୍ରମଣ କରିଛନ୍ତି ବିକ୍ଷୋଭକାରୀ । ସେପଟେ ୮ ଦିନିଆ ରିମାଣ୍ଡରେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଇସଲାମବାଦ ହାଇକୋର୍ଟଙ୍କ ଅନୁମତି ପରେ ଇମ୍ରାନଙ୍କୁ ୮ଦିନିଆ ରିମାଣ୍ଡରେ ନେଲା ଏନଏବି  । ଏପଟେ ଅଲ-କାଦିର ଟ୍ରଷ୍ଟ ଜମି ଦୁର୍ନୀତି ମାମଲାରେ ସବୁ ପ୍ରମାଣ ଇମ୍ରାନଙ୍କ ବିରୋଧରେ ଥିବା କହିଛନ୍ତି ପାକ୍‌ ପ୍ରଧାନମନ୍ତ୍ରୀ ସେହବାଜ ସରିଫ। ଇମ୍ରାନଙ୍କ ଗିରଫ ପରେ ପାକିସ୍ତାନରେ ଗୃହ ଯୁଦ୍ଧ ଦେଖାଦେବା ସହ  ସାରା ଦେଶରେ ଜଳୁଛି ନିଆଁ। ଏପରିକି ପ୍ରଧାନମନ୍ତ୍ରୀ ସେହବାଜଙ୍କ  ଲାହୋର ସ୍ଥିତ ଘର ଉପରକୁ ୩ଟି ପେଟ୍ରୋଲ ବୋମା ପକାଇଛନ୍ତି ବିକ୍ଷୋଭକାରୀ । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ହେବାପରେ ଦେଶବ୍ୟାପୀ ହିଂସାତ୍ମକ ବି‌କ୍ଷୋଭ କରୁଛନ୍ତି ତାଙ୍କ ଦଳର କାର୍ଯ୍ୟକର୍ତ୍ତା ଓ ନେତା ।  ପିଟିଆ‌ଇ ସମର୍ଥକମାନେ ଚାରିଆଡ଼େ ଭଙ୍ଗାରୁଜା ଓ ପୋଡ଼ାଜଳା କରୁଛନ୍ତି। ପାକିସ୍ତାନର ପଂଜାବରେ ପ୍ରାୟ ୧୦୦୦ ଲୋକ ଗିରଫ ହୋଇଛନ୍ତି। ପିଟିଆଇ ସମର୍ଥକମାନେ ସେନା ମୁଖ୍ୟାଳୟ, ପୁଲିସ କୋଠା, ପୁଲିସ ଗାଡ଼ି ଏବଂ ବିଭିନ୍ନ ସରକାରୀ ସମ୍ପତ୍ତିକୁ ଟାର୍ଗେଟ୍‌ କରି ନିଆଁ ଲଗାଇ ଦେଇଛନ୍ତି। ଏପରିକି ରେଡିଓ କାର୍ଯ୍ୟାଳୟ ପୋଡିଦେଇଛନ୍ତି ।ଆନ୍ଦୋଳନକାରୀମାନେ ପଥର ମାଡ଼ କରୁଥିବାରୁ କିଛି ଲୋକଙ୍କ ଜୀବନ ମଧ୍ୟ ଯାଇଛି ।  ସରକାରୀ ଗଣମାଧ୍ୟମ ପ୍ରତିଷ୍ଠାନ ଏବଂ ସେନା ଅଧିକାରୀଙ୍କ ବାସଭବନଗୁଡ଼ିକୁ ଅଧିକ ଆକ୍ରମଣ ହେଉଛି । ତେବେ ଶେହବାଜ ସରକାରଙ୍କ ଜଣେ ମନ୍ତ୍ରୀ ଏହି ଆନ୍ଦୋଳନ ପାଇଁ ଭାରତକୁ ଏବଂ ଆରଏସଏସକୁ ଦାୟୀ କରିଛନ୍ତି । ଯାହାକୁ ନେଇ ପାକିସ୍ତାନର ଲୋକମଧ୍ୟ ବିସ୍ମୟ ପ୍ରକାଶ କରୁଛନ୍ତି ।