ହେଜବୁଲ୍ଲାର ଉପରେ ପ୍ରଚଣ୍ଡ ଆକ୍ରମଣ କରୁଛି ଇସ୍ରାଏଲ

ଇସ୍ରାଏଲ ସେନା ଏବେ ଘାଇଲା ବାଘ ଭଳି ଆକ୍ରମଣ କରୁଛି । ଗୋଟେ ପରେ ଗୋଟେ ବଡ଼ ମୁଣ୍ଡ ଗଡ଼ାଇବାରେ ଲାଗିଛି । ଇରାନ, ଗାଜା,  ଲେବାନନ ରାଜଧାନୀ ବେରୁତ ଉପରେ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି।

ହେଜବୁଲ୍ଲା ଗଡ଼କୁ ଧ୍ବଂସ କରିବାକୁ ଶପଥ ନେଇଛି ଇସ୍ରାଏଲ ସେନା । ଇସ୍ରାଏଲ ବାୟୁସେନା  ହେଜବୁଲ୍ଲାର ଏକ ଭୂତଳ ଅସ୍ତ୍ରଶସ୍ତ୍ର କାରଖାନାକୁ ଧ୍ବଂସ କରିଛି । ଇରାନ ସମର୍ଥିତ ହେଜବୁଲ୍ଲା  ସହ ଲଢ଼େଇ ତୀବ୍ର ହେବା ପରେ ଇସ୍ରାଏଲର ଉତ୍ତର ସୀମାରେ ଆଜି ଆତଙ୍କବାଦୀମାନେ ଶତାଧିକ ରକେଟ୍‌ ମାଡ଼ କରିଛନ୍ତି।

ଉଭୟ ଗାଜା ଓ ଲେବାନନ୍‌ ଉପରେ ହୋଇଥିବା ଆକ୍ରମଣରେ ୧୪୦ରୁ ଅଧିକ ନିହତ ହୋଇଥିବା ଜଣାପଡ଼ିଛି।   ଗାଜାରେ  ଆକ୍ରମଣଜନିତ ମୃତ୍ୟୁସଂଖ୍ୟା ଗୋଟିଏ ସପ୍ତାହରେ ହଜାରେ ଅତିକ୍ରମ କରିଥିବା ଜଣାପଡ଼ିଛି।

ଇସ୍ରାଏଲ ଗାଜାରେ ଆକ୍ରମଣ ଜାରି ରଖିଥିବା ବେଳେ ମାନବିକ ସଙ୍କଟ ଦେଖାଦେଇଥିବାରୁ ଗତକାଲି କିଛି ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଟ୍ରକ୍ ଯାଇଛି। ଉଦ୍ଧାରକାରୀ କର୍ମଚାରୀମାନେ ଭଗ୍ନାବଶେଷ ସଫା କରିବା ଏବଂ ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ  ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରିଛି ଜାତିସଂଘ ।

ଗାଜାରେ ଆଉ କୌଣସି ସ୍ଥାନ ନିରାପଦ ନୁହେଁ ବୋଲି ଜାତିସଂଘ କହିଛି।  ବିଭିନ୍ନ ବିଦ୍ୟାଳୟରେ ଚାଲିଥିବା ଶିବିର ଏବଂ ହସ୍ପିଟାଲଗୁଡ଼ିକ ଉପରେ ମଧ୍ୟ ଲଗାତାର ଆକ୍ରମଣ ହେଉଛି। ଏ ସବୁ ସ୍ଥାନରେ ହମାସ ଆତଙ୍କୀମାନେ ଲୁଚି ରହୁଥିବାରୁ ସେମାନଙ୍କୁ ଟାର୍ଗେଟ୍‌ କରାଯାଉଛି ବୋଲି ଇସ୍ରାଏଲ କହିଛି। ତେବେ ମାନବୀୟ ସହାୟତା ପଠାଇବାକୁ ଇସ୍ରାଏଲ ସେନା ଅନୁମତି ଦେଉଛି