୩ ପଣବନ୍ଦୀଙ୍କୁ ମୁକ୍ତକଲା ହମାସ୍‌

ଯୁଦ୍ଧବିରତି ଚୁକ୍ତିନାମା ଅନୁଯାୟୀ ହମାସ୍‌ ଆଉ ୩ଜଣ ପଣବନ୍ଦୀଙ୍କୁ ମୁକ୍ତ କରିଛି। ଏହି ଇସ୍ରାଏଲୀ ପଣବନ୍ଦୀମାନଙ୍କୁ ରେଡ୍‌କ୍ରସକୁ ହସ୍ତାନ୍ତର କରାଯାଇଛି। ଚୁକ୍ତିନାମା ଅନୁଯାୟୀ ଇସ୍ରାଏଲ୍‌ ପାଲେଷ୍ଟିନୀୟ ବନ୍ଦୀମାନଙ୍କୁ ମୁକ୍ତ କରିବ। ମୁକ୍ତ ହୋଇଥିବା ଇସ୍ରାଏଲୀ ପଣବନ୍ଦୀଙ୍କୁ ଡାକ୍ତରୀ ଚିକିତ୍ସା ପାଇଁ ନିଆଯାଇଛି। ୧୬ ମାସ ଧରି ବନ୍ଦୀ ରହିବା ପରେ ସେମାନେ ନିଜ ପରିବାର ସଦସ୍ୟଙ୍କ ସହ ଏକାଠି ହେବାକୁ ଯାଉଛନ୍ତି।