ମୋଦିଙ୍କୁ ଗ୍ଲୋବାଲ ଶାନ୍ତି ପୁରସ୍କାର

ଆମେରିକାରେ ଭାରତୀୟ-ଆମେରିକୀୟମାନେ ଏକଜୁଟ ହୋଇ ଏକ ନୂତନ ସଂଖ୍ୟାଲଘୁ ସଂଗଠନ ଆରମ୍ଭ କରିଛନ୍ତି। ମେରିଲାଣ୍ଡର ଚର୍ଚ୍ଚରେ ଏକ କାର୍ଯ୍ୟକ୍ରମରେ ଆସୋସିଏସନ ଅଫ ଇଣ୍ଡିଆନ-ଆମେରିକୀୟ ମାଇନର୍‌ରିଟିଜ୍‌(ଏଆଇଏଏମ୍‌) ଶୁକ୍ରବାର ଉଦ୍‌ଘାଟିତ ହୋଇଛି। ଏହି ସଂଗଠନର ଉଦ୍ଦେଶ୍ୟ ଭାରତୀୟ-ଆମେରିକାରେ ପ୍ରବାସୀଙ୍କ ମଧ୍ୟରେ ସଂଖ୍ୟାଲଘୁଙ୍କୁ ଏକତ୍ର କରିବା ଏବଂ ସେମାନଙ୍କ ଅଧିକାର ପାଇଁ କାର୍ଯ୍ୟ କରିବା।

ସଂଗଠନର ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସଂଖ୍ୟାଲଘୁ ଉନ୍ନତି ପାଇଁ ଡକ୍ଟର ‘ମାର୍ଟିନ ଲୁଥର୍‌ କିଙ୍ଗ ଜୁନିଅର ଗ୍ଲୋବାଲ ଶାନ୍ତି ପୁରସ୍କାର’ରେ ସମ୍ମାନିତ କରାଯାଇଥିଲା। ଅନ୍ତର୍ଭୂକ୍ତ ବିକାଶ ତଥା ସଂଖ୍ୟାଲଘୁ କଲ୍ୟାଣ ଦିଗରେ ତାଙ୍କର ଉଦ୍ୟମ ପାଇଁ ୱାଶିଂଟନ ଆଡଭେଣ୍ଟିଷ୍ଟ ୟୁନିଭରସିଟି ଏବଂ ଏଆଇଏମ ଦ୍ୱାରା ପିଏମ ମୋଦିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।