ଗାଜାରେ ଲାଗୁ ହେଲା ଅସ୍ତ୍ରବିରତି, ପଣବନ୍ଦୀ ହେବେ ମୁକ୍ତ
ଗାଜାରେ ଲାଗୁ ହେଲା ଅସ୍ତ୍ରବିରତି, ପଣବନ୍ଦୀ ହେବେ ମୁକ୍ତ । ହମାସ-ଇସ୍ରାଏଲ ଯୁଦ୍ଧ ବିରାମ ପାଇଁ ଦୁଇ ପକ୍ଷ ରାଜିନାମା କରିଛନ୍ତି । ଅକ୍ଟୋବର ୭ ପରେ ପ୍ରଥମ ଥର ପାଇଁ ଯୁଦ୍ଧରେ ପର୍ଯ୍ୟାୟକ୍ରମେ ଇସ୍ରାଏଲ ପଣବନ୍ଦୀଙ୍କ ମୁକ୍ତ କରିବ ହମାସ। ସକାଳ ୭ଟାରୁ ୪ ଦିନିଆ ଯୁଦ୍ଧ ବିରାମ ଆରମ୍ଭ ହୋଇଛି । ଅପରାହ୍ଣ ୪ଟାରେ ପ୍ରଥମ ପର୍ଯ୍ୟାୟରେ ୧୩ ଜଣ ପଣବନ୍ଦୀଙ୍କୁ ମୁକ୍ତ କରିବ ହମାସ। କାତାର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପଣବନ୍ଦୀଙ୍କ ମୁକ୍ତି ପାଇଁ ହମାସ ଓ ଇସ୍ରାଏଲ ମଧ୍ୟରେ କଥାବାର୍ତ୍ତାରେ ମଧ୍ୟସ୍ଥତା କରିଥିଲା କାତାର। ଚୁକ୍ତି ଅନୁଯାୟୀ ୪ ଦିନ ଯୁଦ୍ଧ ବନ୍ଦ ରହିବ।ଏହି ୪ ଦିନ ମଧ୍ୟରେ ପର୍ଯ୍ୟାୟକ୍ରମେ ୫୦ ପଣବନ୍ଦୀଙ୍କୁ ମୁକ୍ତ କରିବ ହମାସ। ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ଗାଜା ପଟିରୁ ରକେଟ୍ ମାଡ଼ କରିଥିଲା ହମାସ। ଇସ୍ରାଏଲର ପ୍ରାୟ ୨୪୦ ଜଣଙ୍କୁ ନେଇ ପଣବନ୍ଦୀ ରଖିଥିଲା।