ଜାପାନ‌ରେ ଜି-୭ ସମ୍ମିଳନୀରେ ଯୋଗଦେଲେ ମୋଦି

ହିରୋସିମା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ହିରୋସିମାରେ  ଜି-୭ ସମ୍ମିଳନୀରେ ଯୋଗ ଦେବାକୁ ଯାପାନରେ ପହଁଚିଛନ୍ତି । ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି ।

ଆଜି ତୃତୀୟ କ୍ବାଡ୍‌ ବୈଠକରେ ଅଂଶଗ୍ରହଣ କରିବେ। ଜି-୭ ସମ୍ମିଳନୀ ଅସବରରେ ମୋଦୀ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ  ସହ ମଧ୍ୟ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ। ଜି-୭ ସମ୍ମିଳନୀ ପରିପ୍ରେକ୍ଷୀରେ ମୋଦୀ ଏକ ସାକ୍ଷତକାର ଦେଇ ଚୀନ୍‌ ଏବଂ ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇଛନ୍ତି।  ଆତଙ୍କବାଦ ମୁକ୍ତ ପରିବେଶ ସୃଷ୍ଟି ନକଲେ ପଡୋଶୀଙ୍କ ସହ ଆଲୋଚନା ସଂଭବ ନୁହେଁ ବୋଲି କହିଛନ୍ତି ।  ଚୀନ୍‌ ସହ ସ୍ବାଭାବିକ ସମ୍ପର୍କ ପାଇଁ ସୀମା ଅଞ୍ଚଳରେ ଶାନ୍ତି ଏବଂ ସ୍ଥିତାବସ୍ଥା ବଜାୟ ରଖିବା ଜରୁରୀ। ଉଭୟ ଚୀନ୍‌-ପାକିସ୍ତାନ ସୀମାରେ ଶାନ୍ତି ରକ୍ଷା ଦିଗରେ ସକରାତ୍ମକ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ମଧ୍ୟ ମୋଦି ଆଲୋଚନା କରିଛନ୍ତି ।