କିଏ ହେବେ ବିଶ୍ବର ତ୍ରି ମହାଶକ୍ତି? ଟୋନି ବ୍ଲେୟାରଙ୍କ ପୂର୍ବାନୁମାନ

କିଏ ହେବେ ବିଶ୍ବର ମହାଶକ୍ତି । କାହା ପାଖରେ ରହିବ କ୍ଷମତା । କେଉଁ କେଉଁ ନେତାଙ୍କ ପାଖରେ ରହିବ କ୍ଷମତା । ଏନେଇ ଭବିଷ୍ୟବାଣୀ କରିଛନ୍ତି ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର । ସେ  ପୂର୍ବାନୁମାନ କରିଛନ୍ତି ଯେ ୨୦୫୦ ସୁଦ୍ଧା ଭାରତ, ଆମେରିକା ଓ ଚୀନ୍ ବିଶ୍ବର ମହାଶକ୍ତି ଭାବରେ ଉଭା ହେବେ  ।

ଭାରତ ଏହି ତାଲିକାରେ ଏକନମ୍ବରରେ ରହିବ । ଭାରତର ବିଚାରାଧାରା ବହୁ ଦେଶକୁ ପ୍ରଭାବିତ କରୁଛି । ତେଣୁ ଅନେକ ଦେଶ ଭାରତ ସହ ରହିବେ । ସେପରି ଆମେରିକା ସହିତ ଅନେକ ଦେଶ ରହିବେ । ଯେଉଁମାନେ ଆମେରିକା ବିଚାରାଧାରାକୁ ସମର୍ଥନ କରୁଛନ୍ତି । ତାହା ସହ ଚୀନ ମଧ୍ୟ ବିଶ୍ବର ଏକ ମହାଶକ୍ତି ହେବ ଏବଂ ଅନେକ ଦେଶ ଚୀନ ଦ୍ବାରା ପରିଚାଳିତ ହେବ । ଏକ ‘ଜଟିଳ ବିଶ୍ୱ ବ୍ୟବସ୍ଥା’ ସୃଷ୍ଟି କରିବେ ଯାହା ପାଇଁ ବିଶ୍ୱନେତାମାନେ ପ୍ରସ୍ତୁତ ରହିବା ଉଚିତ। ଷ୍ଟ୍ରେଟ୍‌ସ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ୭୧ ବର୍ଷୀୟ ବ୍ଲେୟାର କହିଛନ୍ତି ଯେ ଏହି ତିନୋଟି ଦେଶ ଦ୍ୱାରା ନିର୍ମିତ ଏକ ବହୁଧ୍ରୁବୀୟ ବିଶ୍ୱ ସହ ଅନ୍ୟ ଦେଶଗୁଡ଼ିକୁ ଖାପ ଖୁଆଇବାକୁ ପଡ଼ିବ। ଆପଣଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିବ ଯେ ଆପଣଙ୍କ ଦେଶ ବିଶ୍ୱରେ କେଉଁଠି ଫିଟ୍ ହେବ। ଏହି ଶତାବ୍ଦୀର ମଧ୍ୟଭାଗ ବେଳକୁ ତିନୋଟି ମହାଶକ୍ତି ପ୍ରଭାବଶାଳୀ ଭାବେ ଉଭା ହେବେ। ସେମାନେ ହେଉଛନ୍ତି ଆମେରିକା, ଚୀନ୍ ଓ ଭାରତ।