ଗାଜା ଅସ୍ତ୍ରବିରତି ଚୁକ୍ତି ଲାଗୁ
ପାଲେଷ୍ଟାଇନ୍ର ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଦୀର୍ଘ ୧୫ ମାସ ଧରି ଚାଲିଥିବା ସଂଘର୍ଷରେ ଆଜିଠାରୁ ବିରାମ ଲାଗିଛି। ଅସ୍ତ୍ରବିରତି ଚୁକ୍ତି ନିର୍ଦ୍ଧାରିତ ସମୟର ପ୍ରାୟ ତିନି ଘଣ୍ଟା ବିଳମ୍ବରେ ଆଜି ପୂର୍ବାହ୍ନରୁ କାର୍ଯ୍ୟକାରୀ ହୋଇଛି। ମଧ୍ୟପ୍ରାଚ୍ୟରେ ବିପର୍ଯ୍ୟୟ ଆଣିଥିବା ଏହି ସଂଘର୍ଷରେ ୬୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଲକ୍ଷରୁ ଅଧିକ ଆହତ ହୋଇଛନ୍ତି। ଆଜି ଯୁଦ୍ଧବିରତି ପୂର୍ବରୁ ଇସ୍ରାଏଲର ଦାବି ମୁତାବକ ବନ୍ଧକଙ୍କ ନାମ ତାଲିକା ଦେବାରେ ହମାସ ବିଳମ୍ବ କରିବାରୁ ଇସ୍ରାଏଲ ପୁଣି ଆକ୍ରମଣ ଆରମ୍ଭ କରିଦେଇଥିଲା।
ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ଓ ଆର୍ଟିଲାରି ଆକ୍ରମଣରେ ୧୩ ଜଣ ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇଥିବା ଜଣାପଡ଼ିଛି। ଇସ୍ରାଏଲ ଆକ୍ରମଣର ତୀବ୍ରତାକୁ ଦେଖି ହମାସ ଚୁକ୍ତି ଅଧୀନରେ ମୁକ୍ତ ହେବାକୁ ଥିବା ପ୍ରଥମ ତିନି ଜଣ ବନ୍ଧକଙ୍କ ନାମ ତାଲିକା ତୁରନ୍ତ ପ୍ରଦାନ କରିଥିଲା ଏବଂ ଏହାପରେ ଯୁଦ୍ଧବିରତି ଲାଗୁ ହୋଇଥିବା ଉଭୟ ପକ୍ଷ ଘୋଷଣା କରିଥିଲେ।