ମରୁଭୂମିରେ ବନ୍ୟା । ଆଜ୍ଞା ହଁ ଏପରି ଏବେ ଦେଖିବାକୁ ମିଳିଛି ସାହାରା ମରୁଭୂମିରେ । ଯେଉଁଠି ପାଣି ଟୋପେ ପାଇଁ ଲୋକେ ଡହଳ ବିକଳ ହୁଅନ୍ତି ସେଠାରେ ଏତେ ବର୍ଷା ହୋଇଛି ଯେ ବନ୍ୟା ଆସିଛି । ବର୍ଷା ପାଇଁ ବନ୍ୟା ହୋଇଥିବା କୁହାଯାଉଛି । କେବେ ବି ଅକ୍ଟୋବର ମାସରେ ବର୍ଷା ହୋଇନଥାଏ । କିନ୍ତୁ ଚଳିତ ବର୍ଷ ଅକ୍ଟୋବର ମାସରେ ଲଗାଣ ବର୍ଷା ପାଇଁ ଏଠି ବନ୍ୟା ଆସିଛି ।
ବିଶ୍ଵର ସବୁଠାରୁ ବୃହତ ମରୁଭୁମି ମୋରୋକୋର ସାହାରା ମରୁଭୂମିରେ ଗ୍ରୀଷ୍ମ ଋତୁ ଶେଷ ହେବାକୁ ଯାଉଥିବା ବେଳେ ପ୍ରବଳ ବର୍ଷା କାରଣରୁ ବନ୍ୟା ସ୍ଥିତି ଦେଖାଦେଇଛି। ଯାହା ଫଳରେ ଶୁଷ୍କ ମରୁଭୂମି ମଧ୍ୟରେ ନୀଳ ଜଳର ହ୍ରଦ ସୃଷ୍ଟି ହୋଇଛି। ନାସା ପକ୍ଷରୁ ଏହାର ଫଟୋ ଜାରି କରାଯାଇଛି। ଏକ ବିରଳ ଦୃଶ୍ୟ ସମସ୍ତଙ୍କୁ ଚକିତ କରିଦେଇଛି। ଦକ୍ଷିଣ ପୂର୍ବ ମୋରୋକୋର ଏହି ସାହାରା ମରୁଭୂମି ଦୁନିଆର ସବୁଠାରୁ ଶୁଷ୍କ ସ୍ଥାନ ଏବଂ ଗ୍ରୀଷ୍ମ ଋତୁରେ କ୍ୱଚିତ ବର୍ଷା ହୁଏ।ମୋରୋକୋ ସରକାର କହିଛନ୍ତି ଯେ ସେପ୍ଟେମ୍ବରରେ ଅନେକ ଅଞ୍ଚଳରେ ଦୁଇ ଦିନ ମଧ୍ୟରେ ବାର୍ଷିକ ହାରାହାରି ଠାରୁ ଅଧିକ ବର୍ଷା ହୋଇଛି। ତେବେ ହାରାହାରି ବାର୍ଷିକ ବୃଷ୍ଟିପାତ ୨୫୦ ମିମିରୁ କମ ଅଟେ।