ଗଣତନ୍ତ୍ର ଦିବସରେ ଭାରତର ଅତିଥି ହେବେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍
ଆସନ୍ତା ୨୦୨୪ର ଗଣତନ୍ତ୍ର ଦିବସ ଉତ୍ସବରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ବୋଲି ଜଣାପଡିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଠାଇଥିବା ନିମନ୍ତ୍ରଣକୁ ସେ ଗ୍ରହଣ କରିଥିବା ଜଣାପଡ଼ିଛି। ଏହାପୂର୍ବରୁ କେନ୍ଦ୍ର ସରକାର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରିଥିଲେ ମଧ୍ୟ ଜାନୁଆରିରେ ସେ ଦିଲ୍ଲୀ ଆସି ପାରିବେ ନାହିଁ ବୋଲି ଜଣାଇଥିଲେ। ତେବେ ଗଣତନ୍ତ୍ର ଦିବସରେ ଭାରତ ଆସିବାରେ ମାକ୍ରନ୍ ଫ୍ରାନ୍ସର ଷଷ୍ଠ ନେତା ହେବେ।