ମରକ୍କୋରେ ଭୂକମ୍ପ : ମୃତ୍ୟୁ ସଂଖ୍ୟା ୬୦୦ ପାର୍

ମରକ୍କୋ:  ମରକ୍କୋରେ ଶକ୍ତିଶାଳୀ ଭୂମିକମ୍ପ । ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୬୦୦ରୁ ଅଧିକ ହୋଇଛି  । ରିକ୍ଟର ସ୍କେଲରେ ତୀବ୍ରତା ୬.୮ ଫଳରେ ଭୁଶୁଡ଼ିଲା ବଡ଼ ବଡ଼ କୋଠା ।  ଆହୁରି ବଢ଼ିପାରେ ମୃତ୍ୟୁସଂଖ୍ୟା।  ଚାଲିଛି ଜୋରଦାର ରେସ୍କ୍ୟୁ ଅପରେସନ। ଆଫ୍ରିକୀୟ ଦେଶ ମରକ୍କୋରେ ଭୀଷଣ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଏହାର ଉତ୍ପତ୍ତି ସ୍ଥଳ ମରକ୍କୋରୁ ୭୦ କିଲୋମିଟର ଦୂରରେ ଥିବା ସୂଚନା ମିଲିଛି । ଭୂକମ୍ପ ଏତେ ତୀବ୍ର ଥିଲା ଯେ ପ୍ରାୟ ୩୫୦ କିଲୋମିଟର ଦୂର ମରକ୍କୋର ରାଜଧାନୀ ରବାତ୍‌ରେ ଏହା ଅନୁଭୂତ ହୋଇଛି । ଭାରତୀୟ ସମୟ ଅନୁସାରେ ଭୋର ୩ଟା ୪୧ରେ ଭୂମିକମ୍ପ ହୋଇଥିଲା । ୧୨୦ ବର୍ଷରେ ଉତ୍ତର ଆଫ୍ରିକାରେ ଏହା ସବୁଠାରୁ ବଡ଼ ଭୂକମ୍ପ । ୟୁଏସଜିଏସଏ ଅନୁସାରେ ୧୯୦୦ ମସିହାରେ ଏହି ଅଞ୍ଚଳ ୫ଶହ କିଲୋମିଟର କ୍ଷେତ୍ରରେ ବଡ଼ଧରଣର ଭୂକମ୍ପ ଆସିନଥିଲା। ଏହା ଏମ-5 ଲେବଲର ୯ ଭୂକମ୍ପ ହୋଇଛି। ଦ୍ବିତୀୟ ଭୂକମ୍ପ ଆଶଙ୍କା ଥିବାରୁ ଭୟଭୀତ ଅଛନ୍ତି ଲୋକ।