ଦାଉଦ୍ ଇବ୍ରାହିମ୍ଙ୍କୁ ଦିଆଯାଇଛି ବିଷ! କରାଚୀ ଡାକ୍ତରଖାନାରେ ଭର୍ତ୍ତି
ଦାଉଦ୍ ଇବ୍ରାହିମ୍ଙ୍କୁ ଦିଆଯାଇଛି ବିଷ! କରାଚୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅଜଣା ଲୋକ ତାଙ୍କୁ ବିଷ ଦେଇଥିବା ପାକିସ୍ତାନରେ ବେଶୀ ଚର୍ଚା ହେଉଛି । ପାକିସ୍ତାନ ମିଡିଆ ଏବଂ ୟୁଟ୍ୟୁବରମାନେ ମଧ୍ୟ ଏନେଇ ଭିଡିଓ ଅପଲୋଡ କରିଛନ୍ତି । ‘ଅଣ୍ଡର୍ୱାର୍ଲଡ୍ ଡନ୍’ ଦାଉଦ୍ ଇବ୍ରାହିମ୍ଙ୍କୁ ପାକିସ୍ତାନରେ ବିଷ ଦିଆଯାଇଛି ଓ ସମ୍ପ୍ରତି ସେ କରାଚୀର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା କଥା ନେଇ ଭାରତର କିଛି ଗଣମାଧ୍ୟମ ମଧ୍ୟ ଆଲୋଚନା କରୁଛନ୍ତି । ଏପର୍ଯ୍ୟନ୍ତ ଏ ଖବରକୁ ପାକିସ୍ତାନ ଔପଚାରିକ ଭାବେ ସୁନିଶ୍ଚିତ କରିନାହିଁ। ଡାକ୍ତରଖାନାରେ ଦାଉଦ୍ଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥାରେ ରଖାଯାଇଛି ବୋଲି ଗଣମାଧ୍ୟମ ସବୁ ରିପୋର୍ଟ କରୁଥିଲେ ବି ତା’ର ସତ୍ୟତା ସମ୍ବନ୍ଧରେ ବି କିଛି ଯାଞ୍ଚ କରାଯାଇପାରି ନାହିଁ।କେହି ଜଣେ ଘନିଷ୍ଠ ବ୍ୟକ୍ତି ବିଷ ଦେବା କାରଣରୁ ଦାଉଦ୍ ଅସୁସ୍ଥ ହୋଇପଡ଼ିଛନ୍ତି ଏବଂ ତାଙ୍କୁ କରାଚୀସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।